ବାଲେଶ୍ବରରେ କ୍ରାଇମ୍‌ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର
ଭୁବନେଶ୍ୱର, 20 ଜୁଲାଇ (ହି.ସ.)-ବାଲେଶ୍ବର ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ କ୍ରାଇମବ୍ରାଂଚର ତନାଘନା । ଆଜି ପୂର୍ବାହ୍ନରେ ବାଲେଶ୍ବରରେ କ୍ରାଇମ୍‌ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ପହଂଚିଛନ୍ତି । ଚତୁର୍ଥ ଦିନରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଖୋଳତାଡ଼ ଜାରି ର
ବାଲେଶ୍ବରରେ କ୍ରାଇମ୍‌ବ୍ରାଞ୍ଚ     ଡିଜି ବିନୟତୋଷ ମିଶ୍ର


ଭୁବନେଶ୍ୱର, 20 ଜୁଲାଇ (ହି.ସ.)-ବାଲେଶ୍ବର ଏଫ୍‌ଏମ୍‌

କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ କ୍ରାଇମବ୍ରାଂଚର ତନାଘନା । ଆଜି ପୂର୍ବାହ୍ନରେ ବାଲେଶ୍ବରରେ

କ୍ରାଇମ୍‌ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ପହଂଚିଛନ୍ତି । ଚତୁର୍ଥ ଦିନରେ କ୍ରାଇମ୍‌ବ୍ରାଞ୍ଚ

ଟିମ୍‌ ଖୋଳତାଡ଼ ଜାରି ରଖିଛି । ଘଟଣାରେ ଅଧିକ ତଥ୍ୟ ହାସଲ ପାଇଁ ପଚରାଉଚରା କରାଯାଉଛି ।

ଏହାପୂର୍ବରୁ ବାଲେଶ୍ବର

ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍ କଲେଜରେ ପରିସରକୁ ଯାଇ ଘଟଣା ସ୍ଥଳ

ପରିଦର୍ଶନ କରିବା ସହ କିଛି କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ପଚରାଉଚରା କରିଥିଲା। ସେହିପରି

କ୍ରାଇମ ବ୍ରାଞ୍ଚ ଟିମ୍ ଆହତ ଛାତ୍ର ଜ୍ୟୋତି ପ୍ରକାଶ ବିଶ୍ବାଳଙ୍କୁ ମଧ୍ୟ ପଚରା ଉଚରା କରିଥିବା

ବେଳେ ଛାତ୍ରୀ ରହୁଥିବା ହଷ୍ଟେଲରେ ମଧ୍ୟ ସ୍ଥିତି ଯାଞ୍ଚ କରିଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande