ଭୁବନେଶ୍ୱର, 20 ଜୁଲାଇ (ହି.ସ.)
- ବଳଙ୍ଗାରେ ନାବାଳିକାକୁ
ନିଶା ଦେଇ ପୋଡି ଦେବା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରସାଦ ହରିଚନ୍ଦନ
। ସେ କହିଛନ୍ତି ଯେ, ନାରୀ ସୁରକ୍ଷାକୁ ସବୁଠୁ ବେଶି ଅଣଦେଖା କରୁଛନ୍ତି ସରକାର । ମୁଖ୍ୟମନ୍ତ୍ରୀ ଓ ମହିଳା ଉପମୁଖ୍ୟମନ୍ତ୍ରୀ ନିଜ
ମୁଣ୍ଡକୁ ଦାୟିତ୍ୱ ନିଅନ୍ତୁ । ଆହତ ନାବାଳିକାକୁ
ସବୁଠୁ ଉନ୍ନତମାନର ଚିକିତ୍ସା ଯୋଗାଇ ଦିଅନ୍ତୁ ରାଜ୍ୟ ସରକାର । ଘଟଣାର ନିରପେକ୍ଷ ତଦନ୍ତ
କରାଯାଉ । ପୀଡିତାଙ୍କ ପରିବାରକୁ 1
କୋଟି ଟଙ୍କା ଅନୁକମ୍ପା ରାଶି ଦିଅନ୍ତୁ । ଏଫଏମ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ରୋକାଯାଇ
ପାରିଥାନ୍ତା । ଏହି ଘଟଣାରୁ ସରକାର କିଛି ଶିଖିଲେ ନାହିଁ । ଡବଲ ଇଂଜିନ ସରକାରରେ ଦେଶରେ ଓଡିଶା
ସବୁଠୁ ଅସୁରକ୍ଷିତ ବୋଲି ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା