ବଡଚଣା ବିଜେଡି ପକ୍ଷରୁ ବିଭିନ୍ନ ଦାବି ନେଇ ବାଲିଚନ୍ଦ୍ରପୁର ଥାନା ଘେରାଉ
ଧର୍ମଶାଳା,୧୮ସେପ୍ଟେମ୍ବର (ହି.ସ.)- ଯାଜପୁର ଜିଲା ବଡଚଣା ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ ଦାବି ନେଇ ବାଲିଚନ୍ଦ୍ରପୁର ଥାନା ଘେରାଉ କରାଯାଇଥିବା ଦେଖିବାକୁ ମିଳିଛି । ଦଳୀୟ ନେତା ଓ କର୍ମୀମାନେ ନାରାବାଜି ଦେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ଆଜି ବଡଚଣା ବ୍ଲକ ଯୁବ ବିଜେଡି ନେତା କ୍ୟାପଟେନ୍
ବଡଚଣା ବିଜେଡି ପକ୍ଷରୁ ବିଭିନ୍ନ ଦାବି ନେଇ ବାଲିଚନ୍ଦ୍ରପୁର ଥାନା ଘେରାଉ


ଧର୍ମଶାଳା,୧୮ସେପ୍ଟେମ୍ବର (ହି.ସ.)- ଯାଜପୁର ଜିଲା ବଡଚଣା ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ ଦାବି ନେଇ ବାଲିଚନ୍ଦ୍ରପୁର ଥାନା ଘେରାଉ କରାଯାଇଥିବା ଦେଖିବାକୁ ମିଳିଛି । ଦଳୀୟ ନେତା ଓ କର୍ମୀମାନେ ନାରାବାଜି ଦେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ଆଜି ବଡଚଣା ବ୍ଲକ ଯୁବ ବିଜେଡି ନେତା କ୍ୟାପଟେନ୍ ରାଜ ନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ବ୍ଲକ ସଭାପତି ତାପସ ରାୟଙ୍କ ସଭାପତିତ୍ୱରେ ଥାନା ଘେରାଉ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ଜିଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ ଓ ବରିଷ୍ଠ ବିଜେଡି ନେତା ପ୍ରଲ୍ଲାଦ ନନ୍ଦ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ରାଜ୍ୟରେ ଓ ବାଲିଚନ୍ଦ୍ରପୁର ଥାନା ଅଂଚଳରେ ଅରାଜକତା ବୃଦ୍ଧି ପାଇବାରେ ଲାଗିଛି । ଥାନା ଅଂଚଳରୁ ମୋରମ, ବାଲି, ମାଟି, ମାଙ୍କଡା ପଥର ଆଦି ଲୁଟପାଟ୍ ଚାଲିଛି । ଥାନାରେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ । ବରଂ ସେମାନଙ୍କ ବିରୋଧରେ ମିଥ୍ୟା ଅଭିଯୋଗ କରାଯାଉଛି । ବିଜେପି ଲୋକଙ୍କ ପାଇଁ ଥାନା ଅଧିକାରୀ କାମ କରୁଥିବା ବେଳେ ଏଠାରେ ମହିଳାମାନେ ଅସୁରକ୍ଷିତ, ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ । ଥାନା ବିଜେପି ପାର୍ଟି କାର୍ଯ୍ୟାଳୟ ପାଲଟିଥିବା ଅଭିଯୋଗ କରିଛନ୍ତି । ତୁରନ୍ତ ଥାନାରୁ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରିବାକୁ ଏକ ଦାବି ପତ୍ର ଯାଜପୁର ରୋଡ ଏସଡିପିଓଙ୍କୁ ପ୍ରଦାନ କରିଥିଲେ । ତୁରନ୍ତ ବଦଳି କରା ନ ଗଲେ ଆଗକୁ ବିଜେଡି ଆନ୍ଦୋଳନକୁ ଜୋରଦାର କରିବ ବୋଲି ଚେତାବନୀ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଂଚ, ସମିତିସଭ୍ୟ, ମହିଳା ନେତ୍ରୀ, ଯୁବ ନେତା, ବରିଷ୍ଠ ନେତା, ଦଳୀୟ କର୍ମୀଙ୍କ ସହ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande