ରକ୍ତଦାତାଙ୍କୁ ଉତ୍ସାହିତ କଲେ ସିଡିଏମ୍‌ଓ
ବଲାଙ୍ଗୀର, ୧୮ ସେପ୍ଟେମ୍ବର(ହି.ସ.) – ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ବିଲେଇସର୍ଡା ଗ୍ରାମର ଯଶୋବନ୍ତୀ ଗଡତ୍ୟା ବଲାଙ୍ଗୀର ଭିମଭୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଶରୀରରେ ୪% ରକ୍ତ ଥିବାରୁ ତାଙ୍କୁ ଜରୁରୀ କାଳିନ ସ୍ଥିତିରେ ରକ୍ତ ଦେବା ପାଇଁ ଡାକ୍ତର ପରାମର୍ଶ ଦେଲେ। କୌଣସି ମତେ ଖବର
ରକ୍ତଦାତାଙ୍କୁ ଉତ୍ସାହିତ କଲେ ସିଡିଏମ୍‌ଓ


ବଲାଙ୍ଗୀର, ୧୮ ସେପ୍ଟେମ୍ବର(ହି.ସ.) – ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ବିଲେଇସର୍ଡା ଗ୍ରାମର ଯଶୋବନ୍ତୀ ଗଡତ୍ୟା ବଲାଙ୍ଗୀର ଭିମଭୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଶରୀରରେ ୪% ରକ୍ତ ଥିବାରୁ ତାଙ୍କୁ ଜରୁରୀ କାଳିନ ସ୍ଥିତିରେ ରକ୍ତ ଦେବା ପାଇଁ ଡାକ୍ତର ପରାମର୍ଶ ଦେଲେ। କୌଣସି ମତେ ଖବର ପାଇ ତାଙ୍କ ଭାଇ ରାଜେନ୍ଦ୍ର ଗଡ଼ତ୍ୟା ବଲାଙ୍ଗୀର ଜିଲ୍ଲା ଯୁବ କୁଲୁତା ସମାଜକୁ ରକ୍ତ ପାଇଁ ସହଯୋଗ ମାଗିଥିଲେ। ରାଜ୍ୟ ସରକାର ପୁରସ୍କାରପ୍ରାପ୍ତ ସଂଗଠନ ବଲାଙ୍ଗୀର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କ ଅନୁରୋଧ କ୍ରମେ ଯୁବ ସଂଗଠନର ସଦସ୍ୟ ଯୁବରାଜ ଭୋଇ କୁସମେଲ ଗ୍ରାମ ୨୦ କିମି ଦୂରରୁ ଆସି ସଙ୍ଗେ ସଙ୍ଗେ ରକ୍ତଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ସିଡିଏମ୍‌ଓ ରମେଶ ଚନ୍ଦ୍ର ସାହୁ ଉପସ୍ଥିତ ରହି ରକ୍ତଦାତାଙ୍କୁ ଚାରା ଗଛ ପ୍ରଦାନ ସହ ତାର ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ଯୁବ କୁଲୁତା ସମାଜ ସଦସ୍ୟଗଣ ରୋଗିଙ୍କୁ ବର୍ଷ ସାରା ରକ୍ତଦାନ କରୁଥିବା ଅସୀମ ଭୋଇ ସିଡିଏମ୍‌ଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରକ୍ତଦାନ ସମୟରେ ଯୁବ ସଭାପତ ଅସୀମ ଭୋଇ, ଡକ୍ଟର ସୁମିତ ମୁଣ୍ଡ, ହସ୍ପିଟାଲ ମ୍ୟାନେଜର ବନ୍ଦନା ପଧାନ ଓ ପ୍ରତ୍ୟୁଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଏକ ପେଡ୍ ମା କେ ନାମ ଅବସରରେ ଯୁବ କୁଲୁତା ସମାଜ ତରଫରୁ ସିଡିଏମ୍‌ଓ ଶ୍ରୀ ସାହୁଙ୍କୁ ଏକ ଚାରାଗଛ ପ୍ରଦାନ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande