ପୁଣି ଥରେ ବୁକ ଅଫ ରେକର୍ଡ଼ରେ କୃତିତ୍ୱ ଅର୍ଜନ କଲେ ସାନଭି
କୋରେଇ, ୧୮ ସେପ୍ଟେମ୍ବର (ହି.ସ.)- ଯାଜପୁର ଜିଲ୍ଲା କୋରାଇ ବ୍ଲକ ଅନ୍ତର୍ଗତ ପଥରପଦା ପଂଚାୟତର ଦାମୋଦରପୁର ଗ୍ରାମର ବାସିନ୍ଦା ଗିରିଜା ପ୍ରସାଦ ପ୍ରଧାନ ଓ ପ୍ରଜ୍ଞା ପାରମିତାଙ୍କ ୫ ବର୍ଷର ଝିଅ ସାନଭି ପୁଣି ଥରେ ବୁକ ଅଫ ୱାଲ୍ଡ ରେକର୍ଡ଼ସରେ କୃତିତ୍ୱ ଅର୍ଜନ କରିଛନ୍ତି । ସାନଭି ପୂର୍ବରୁ ମାତ୍ର ୬ ମିନିଟ୍
ପୁଣି ଥରେ ବୁକ ଅଫ ରେକର୍ଡ଼ରେ କୃତିତ୍ୱ ଅର୍ଜନ କଲେ ସାନଭି


କୋରେଇ, ୧୮ ସେପ୍ଟେମ୍ବର (ହି.ସ.)- ଯାଜପୁର ଜିଲ୍ଲା କୋରାଇ ବ୍ଲକ ଅନ୍ତର୍ଗତ ପଥରପଦା ପଂଚାୟତର ଦାମୋଦରପୁର ଗ୍ରାମର ବାସିନ୍ଦା ଗିରିଜା ପ୍ରସାଦ ପ୍ରଧାନ ଓ ପ୍ରଜ୍ଞା ପାରମିତାଙ୍କ ୫ ବର୍ଷର ଝିଅ ସାନଭି ପୁଣି ଥରେ ବୁକ ଅଫ ୱାଲ୍ଡ ରେକର୍ଡ଼ସରେ କୃତିତ୍ୱ ଅର୍ଜନ କରିଛନ୍ତି । ସାନଭି ପୂର୍ବରୁ ମାତ୍ର ୬ ମିନିଟ୍ ୪୨ ସେକେଣ୍ଡରେ ଅନ ଲାଇନରେ ପଚରା ଯାଇଥିବା ୧୦୦ଟି ସାଧାରଣ ଜ୍ଞାନର ଉତର ନିର୍ଭୁଲ ଭାବେ ଦେଇ ବୁକ୍ ଅଫ ରେକର୍ଡ଼ସରେ ସ୍ଥାନ ପାଇଥିବା ବେଳେ ପୁଣି ଥରେ ଏସିଆନ ଦେଶ ଗୁଡ଼ିକର ସମସ୍ତ ଜାତୀୟ ପତାକାର ନାମ ଓ ଡ଼ିଜାଇନର ଉତର ନିର୍ଭୁଲ ଭାବେ ଦେଇ କୃତିତ୍ୱ ଅର୍ଜନ କରିଛନ୍ତି ।

ସାନଭି ଏବେ ପାଣିକୋଇଲିସ୍ଥିତ ନେମ ଆଣ୍ଡ ଫେମ ସ୍କୁଲରେ ୟୁକେଜିର ଛାତ୍ରୀ ଥିବା ବେଳେ ତାଙ୍କର କୃତିତ୍ୱ ଲାଗି ବିଦ୍ୟାଳୟର ଅଧ୍ୟକ୍ଷ ବନୋଜ ଜେନାଙ୍କ ସମେତ ସ୍ଥାନୀୟ ଅଂଚଳବାସୀ ଶୁଭେଚ୍ଛା ଜଣାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande