କୋରେଇ, ୧୮ ସେପ୍ଟେମ୍ବର (ହି.ସ.)- ଯାଜପୁର ଜିଲ୍ଲା ପାଣିକୋଇଲିସ୍ଥିତ ମା ତାରିଣୀ ଟ୍ରକ୍ ମାଲିକ ସଂଘ ତରଫରୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ୨୦ତମ ପୁଜାର୍ଚ୍ଚନା ମହାସମାରୋହରେ ପାଳନ ହୋଇଯାଇଛି । ଆସୋସିଏସନର ସଭାପତି ସନ୍ତୋଷ କୁମାର ବେହେରାଙ୍କ ନେତୃତ୍ୱରେ ଅଜୟ କୁମାର ମଲ୍ଲିକ, ଭାଗ୍ୟଧର ରାୟ, ଦାମୋଦର ସାହୁ, ପ୍ରଫୁଲ୍ଲ ସାମଲ, ସୁନୀଲ ନାୟକ, ମାୟାଧର ମହାନ୍ତି, ବିପିନ ଦାସ, ଅରୁପାନନ୍ଦ ମଲ୍ଲିକ, ଶେଖାୱତ ଅଲ୍ଲୀ, ମହମ୍ମଦ ଅଲ୍ଲୀ, ଗୈରାଙ୍ଗ ସାହୁ, ବିଟୁ ସେନାପତି, ଶେଖ ଅଲ୍ଲୀ ରାଜା ବେଗ,ଏହସାନ ବେଗ, ସାହେବଜାନ ବେଗ, ନବାବ ବେଗ, ଗୋବିନ୍ଦ ଦାସ, ସଚିନ ଦାସ, ମନୋରଂଜନ ପଣ୍ଡା, ଶେଖ ବାବର, କୈଳାସ ବିଶ୍ୱାଳ, ବିଶ୍ୱନାଥ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ