
ଅଯୋଧ୍ୟା, 12 ମାର୍ଚ୍ଚ (ହି.ସ.)- ଗୋରକ୍ଷାପୀଠାଧୀଶ୍ୱର ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ
ଆଦିତ୍ୟନାଥ ଗୁରୁବାର ଦିନିକିଆ ଗସ୍ତରେ ଅୟୋଧ୍ୟାରେ ପହଞ୍ଚି ଶ୍ରୀରାମଲଲାଙ୍କ ଦର୍ଶନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀରାମ ମନ୍ଦିର ପରିସରରେ ଚାଲୁଥିବା ନିର୍ମାଣ କାର୍ଯ୍ୟର ଅଗ୍ରଗତି ବିଷୟରେ
ମଧ୍ୟ ସୂଚନା ନେଇଥିଲେ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଅୟୋଧ୍ୟା ପହଞ୍ଚିବା ପରେ
ପ୍ରଥମେ ସଙ୍କଟମୋଚନ ହନୁମାନଗଢ଼ୀ ମନ୍ଦିରରେ ଦର୍ଶନ ଓ ପୂଜା କରି ରାଜ୍ୟର ସୁଖ-ଶାନ୍ତି ପାଇଁ
କାମନା କରିଥିଲେ। ମୁଖ୍ୟମନ୍ତ୍ରୀ ହନୁମାନଗଢ଼ୀରେ ସନ୍ତମାନଙ୍କ ସହିତ ମଧ୍ୟ ମିଳିଥିଲେ ଏବଂ
ସେମାନଙ୍କର ଭଲମନ୍ଦ ପଚାରିଥିଲେ।
ମୁଖ୍ୟମନ୍ତ୍ରୀ ପ୍ରଥମେ ମହନ୍ତ ପ୍ରେମଦାସ ମହାରାଜଙ୍କ ସହିତ
ସାକ୍ଷାତ୍ କରିଥିଲେ। ଏହାପରେ ସେ ଅନ୍ୟ ସନ୍ତମାନଙ୍କ ସହିତ ମିଳି ସେମାନଙ୍କ ଖବର ନେଇଥିଲେ।
ଏଠାରୁ ବାହାରି ମୁଖ୍ୟମନ୍ତ୍ରୀ ଶ୍ରୀରାମ ମନ୍ଦିରକୁ ପହଞ୍ଚିଥିଲେ। ସେଠାରେ ସେ ଶ୍ରୀରାମଲଲାଙ୍କ
ଦର୍ଶନ କରି, ଆରତି କରିଥିଲେ ଏବଂ
ମନ୍ଦିରର ପରିକ୍ରମା କରିଥିଲେ।
ତାପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶ୍ରୀରାମ ମନ୍ଦିର
ପରିସରରେ ଚାଲୁଥିବା ନିର୍ମାଣ କାର୍ଯ୍ୟର ଅଗ୍ରଗତି ବିଷୟରେ ସୂଚନା ନେଇଥିଲେ। ଶ୍ରୀରାମ ମନ୍ଦିର
ଟ୍ରଷ୍ଟର ପଦାଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ନିର୍ମାଣ କାର୍ଯ୍ୟର ବର୍ତ୍ତମାନ ସ୍ଥିତି ଓ
ଆଗାମୀ ପରିକଳ୍ପନା ବିଷୟରେ ଅବଗତ କରାଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା