ଏରେଇଁ ପଂଚାୟତରେ ବରିଷ୍ଠ ନାଗରିକ ସଂଘର ନୂତନ ଭବନର ଶୁଭ ଶିଳାନ୍ୟାସ
ଭଦ୍ରକ, ୨୪ ମଇ (ହି.ସ.) - ବିକଶିତ ଗ୍ରାମ ଓ ବିକଶିତ ଓଡ଼ିଶା ଯୋଜନା ଅଧୀନରେ ଭଦ୍ରକ ବ୍ଲକ ଅନ୍ତର୍ଗତ ଏରେଇଁ ପଂଚାୟତରେ ଚରମ୍ପା ବରିଷ୍ଠ ନାଗରିକ ସଂଘ ପାଇଁ ନୂତନ ଭବନ ନିର୍ମାଣର ଶୁଭଶିଳାନ୍ୟାସ କାର୍ଯ୍ୟକ୍ରମ ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭଦ୍ରକର ଯୁବ ବିଧାୟକ ଶିତାଶୁ ଶେଖର ମହାପା
EREIN PANCHAYAT BARISTA NAGARIKA


ଭଦ୍ରକ, ୨୪ ମଇ (ହି.ସ.) - ବିକଶିତ ଗ୍ରାମ ଓ ବିକଶିତ ଓଡ଼ିଶା ଯୋଜନା ଅଧୀନରେ ଭଦ୍ରକ ବ୍ଲକ ଅନ୍ତର୍ଗତ ଏରେଇଁ ପଂଚାୟତରେ ଚରମ୍ପା ବରିଷ୍ଠ ନାଗରିକ ସଂଘ ପାଇଁ ନୂତନ ଭବନ ନିର୍ମାଣର ଶୁଭଶିଳାନ୍ୟାସ କାର୍ଯ୍ୟକ୍ରମ ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭଦ୍ରକର ଯୁବ ବିଧାୟକ ଶିତାଶୁ ଶେଖର ମହାପାତ୍ର ଯୋଗଦେଇ ବରିଷ୍ଠ ନାଗରିକମାନଙ୍କର ଆଶୀର୍ବାଦ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ସଂଘର ସମସ୍ତ କର୍ମକର୍ତା, ସ୍ଥାନୀୟ ଜନପ୍ରତିନିଚା ଓ ଅଂଚଳବାସୀ ଉପସ୍ଥିତ ଥିଲେ। ବିଧାୟକ ଶ୍ରୀ ମହାପାତ୍ର ରିବନ କାଟି ଓ ଶିଳାଫଳକ ଉନ୍ମୋଚନ କରି ଭବନ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, “ଆମ ବରିଷ୍ଠ ନାଗରିକମାନେ ସମାଜର ଅମୂଲ୍ୟ ସମ୍ପଦ। ସେମାନଙ୍କ ସମ୍ମାନ, ସୁରକ୍ଷା ଓ ସେବା କରିବା ଆମ ସମସ୍ତଙ୍କର ନୈତିକ କର୍ତବ୍ୟ। ନୂତନ ଭବନଟି ବରିଷ୍ଠ ଜନମାନଙ୍କ ପାଇଁ ଆତ୍ମୀୟତା, ସମ୍ମାନ ଓ ସାମାଜିକ ସମ୍ପର୍କର ଏକ ନୂତନ କେନ୍ଦ୍ର ଭାବେ ଗଢ଼ିଉଠିବ।” ସ୍ଥାନୀୟ ବରିଷ୍ଠ ନାଗରିକମାନେ ଏହି ପଦକ୍ଷେପକୁ ସ୍ୱାଗତ କରିଥିବାବେଳେ, ଏହା ଅଂଚଳର ସାମାଜିକ ଏକତାକୁ ଆହୁରି ସୁଦୃଢ଼ କରିବ ବୋଲି ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମଟି ସମଗ୍ର ଅଂଚଳରେ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି କରିଥିଲା।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande