କର୍ଣ୍ଣାଟକ ଗସ୍ତରେ ବିଜେପି ଅଧ୍ୟକ୍ଷ ନିତିନ ନବୀନ, ସାଂଗଠନିକ ଶକ୍ତି ଏବଂ ନିର୍ବାଚନ ରଣନୀତି ଉପରେ ବିଚାରବିମର୍ଶ
ବେଙ୍ଗାଲୁରୁ, ୨୪ ମଇ (ହି.ସ.)- ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ପ୍ରଥମ ଥର ପାଇଁ କର୍ଣ୍ଣାଟକରେ ପହଂଚିଥିବା ନୀତିନ ନବୀନଙ୍କୁ ରାଜ୍ୟ ବିଜେପି ନେତା ଓ କର୍ମୀମାନେ ଭବ୍ୟ ସ୍ୱାଗତ କରିଥିଲେ । ଶନିବାର ବିଳମ୍ବିତ ରାତିରେ ବେଙ୍ଗାଲୁରୁରେ ପହଂଚିବା ପରେ ବିଜେପି ରାଜ୍ୟ ସ
କର୍ଣ୍ଣାଟକ ଗସ୍ତରେ ବିଜେପି ଅଧ୍ୟକ୍ଷ ନିତିନ ନବୀନ, ସାଂଗଠନିକ ଶକ୍ତି ଏବଂ ନିର୍ବାଚନ ରଣନୀତି ଉପରେ ବିଚାରବିମର୍ଶ


ବେଙ୍ଗାଲୁରୁ, ୨୪ ମଇ (ହି.ସ.)- ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ପ୍ରଥମ ଥର ପାଇଁ କର୍ଣ୍ଣାଟକରେ ପହଂଚିଥିବା ନୀତିନ ନବୀନଙ୍କୁ ରାଜ୍ୟ ବିଜେପି ନେତା ଓ କର୍ମୀମାନେ ଭବ୍ୟ ସ୍ୱାଗତ କରିଥିଲେ । ଶନିବାର ବିଳମ୍ବିତ ରାତିରେ ବେଙ୍ଗାଲୁରୁରେ ପହଂଚିବା ପରେ ବିଜେପି ରାଜ୍ୟ ସଭାପତି ବି. ୱାଇ. ବିଜୟେନ୍ଦ୍ର ତାଙ୍କୁ ସ୍ୱାଗତ କରିଥିଲେ । ବିମାନ ବନ୍ଦରରୁ ପାର୍ଟି କାର୍ଯ୍ୟାଳୟ ପର୍ଯ୍ୟନ୍ତ କର୍ମୀଙ୍କ ମଧ୍ୟରେ ଉତ୍ସାହର ବାତାବରଣ ଦେଖିବାକୁ ମିଳିଥିଲା ।

ରବିବାର ସକାଳେ ନୀତିନ ନବୀନ ପୂର୍ବତନ ମୁଖ୍ୟମନ୍ତ୍ରୀ ବି. ଏସ୍. ୟେଦୁରପ୍ପାଙ୍କ ନିମନ୍ତ୍ରଣ କ୍ରମେ ତାଙ୍କ ବାସଭବନରେ ଏକ ଜଳଖିଆ ବୈଠକରେ ଯୋଗ ଦେଇଥିଲେ । ପ୍ରାୟ ଏକ ଘଂଟା ଧରି ଚାଲିଥିବା ଏହି ବୈଠକରେ ରାଜ୍ୟରେ ବିଜେପି ସଂଗଠନକୁ ଆହୁରି ମଜବୁତ କରିବା, ଆଗାମୀ ରାଜନୈତିକ କାର୍ଯ୍ୟକ୍ରମ ଏବଂ ନିର୍ବାଚନ ପ୍ରସ୍ତୁତି ଉପରେ ଅନୌପଚାରିକ ଆଲୋଚନା ହୋଇଥିଲା । ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ବୈଠକରେ ବୁଥ ସ୍ତର ପର୍ଯ୍ୟନ୍ତ ସଂଗଠନର ସକ୍ରିୟତା ବୃଦ୍ଧି ଏବଂ କର୍ମୀମାନଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ଉପରେ ମଧ୍ୟ ବିଚାରବିମର୍ଶ କରାଯାଇଥିଲା ।

ଆଜି ସକାଳେ, ନିତିନ ନବୀନ ବେଙ୍ଗାଲୁରୁର ପ୍ରସିଦ୍ଧ କାଡୁ ମାଲେଶ୍ୱର ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିଲେ ଏବଂ ରାଜ୍ୟର ସମୃଦ୍ଧି ତଥା ବିଜେପିର ସାଂଗଠନିକ ସଫଳତା କାମନା କରିଥିଲେ । ମନ୍ଦିର ପରିଦର୍ଶନ ସମୟରେ ସ୍ଥାନୀୟ ନେତା ଏବଂ ଭକ୍ତମାନେ ତାଙ୍କୁ ସ୍ୱାଗତ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande