ତାମିଲନାଡୁରେ ସରକାର ଗଠନ ପାଇଁ ଟିଭିକେକୁ ସମର୍ଥନ ଜଣାଇଲା କଂଗ୍ରେସ
ଚେନ୍ନାଇ, 06 ମଇ (ହି.ସ.)। ତାମିଲନାଡୁ ବିଧାନସଭା ନିର୍ବାଚନର ଫଳାଫଳ ପରେ ତ୍ରିଶଙ୍କୁ ପରିସ୍ଥିତି ସୃଷ୍ଟି ହେବାରୁ ରାଜ୍ୟରେ ସରକାର ଗଠନ ପାଇଁ ଭାରତୀୟ ଜାତୀୟ କଂଗ୍ରେସ (ଆଇଏନସି) ସି. ବିଜୟଙ୍କ ନେତୃତ୍ୱରେ ଥିବା ତାମିଲଗା ୱେତ୍ରି କଜଗମ୍ (ଟିଭିକେ)କୁ ସର୍ତ୍ତସହ ନିଜ
ତାମିଲନାଡୁରେ ସରକାର ଗଠନ     ପାଇଁ ଟିଭିକେକୁ ସମର୍ଥନ ଜଣାଇଲା କଂଗ୍ରେସ


ଚେନ୍ନାଇ, 06 ମଇ (ହି.ସ.)। ତାମିଲନାଡୁ ବିଧାନସଭା ନିର୍ବାଚନର ଫଳାଫଳ ପରେ

ତ୍ରିଶଙ୍କୁ ପରିସ୍ଥିତି ସୃଷ୍ଟି ହେବାରୁ ରାଜ୍ୟରେ ସରକାର ଗଠନ ପାଇଁ ଭାରତୀୟ ଜାତୀୟ କଂଗ୍ରେସ

(ଆଇଏନସି) ସି. ବିଜୟଙ୍କ ନେତୃତ୍ୱରେ ଥିବା ତାମିଲଗା ୱେତ୍ରି କଜଗମ୍ (ଟିଭିକେ)କୁ ସର୍ତ୍ତସହ

ନିଜର ପୂର୍ଣ୍ଣ ସମର୍ଥନ ଦେବାର ଘୋଷଣା କରିଛି। କଂଗ୍ରେସ କହିଛି ଯେ ଏହି ମେଂଟରେ କୌଣସି

ସାମ୍ପ୍ରଦାୟିକ ଶକ୍ତି କିମ୍ବା ସଂବିଧାନରେ ବିଶ୍ୱାସ ନ କରୁଥିବା ଶକ୍ତିକୁ ସମ୍ମିଳିତ କରାଯିବ

ନାହିଁ।

ଅଖିଲ ଭାରତୀୟ କଂଗ୍ରେସ କମିଟିର

ତାମିଲନାଡୁ ପ୍ରଭାରୀ ଗିରିଶ ଚୋଡ଼ଙ୍କର ବୁଧବାର ଏକ ବିବୃତି ଜାରି କରି ଦଳର ମତାଭିମତ ସ୍ପଷ୍ଟ

କରିଛନ୍ତି।

ସେ କହିଛନ୍ତି ଯେ

ତାମିଲନାଡୁର ଲୋକମାନେ, ବିଶେଷକରି ଯୁବମାନେ, ଏକ ଧର୍ମନିରପେକ୍ଷ, ପ୍ରଗତିଶୀଳ ଏବଂ କଳ୍ୟାଣମୂଳକ ସରକାର ପକ୍ଷରେ ସ୍ପଷ୍ଟ ଜନାଦେଶ ଦେଇଛନ୍ତି। ଏହି ଜନାଦେଶକୁ

ସମ୍ମାନ ଦେଇ ଟିଭିକେ ନେତୃତ୍ୱରେ ନୂତନ ସରକାର ଗଠନକୁ ସମର୍ଥନ କରିବା ସଂବିଧାନିକ ଦାୟିତ୍ୱ।

ସେ ଆହୁରି କହିଛନ୍ତି ଯେ

ଏହି ଗଠବନ୍ଧନର ଲକ୍ଷ୍ୟ କେ. କାମରାଜଙ୍କ ସୁବର୍ଣ୍ଣ ଶାସନକୁ ପୁନଃସ୍ଥାପନ କରିବା, ଇ.ଭି. ରାମାସାମୀ ପେରିୟାରଙ୍କ ସାମାଜିକ ନ୍ୟାୟର ସିଦ୍ଧାନ୍ତ ଏବଂ

ଡ଼ଃ ବି.ଆର୍. ଆମ୍ବେଦକରଙ୍କ ସଂବିଧାନିକ ମୂଲ୍ୟବୋଧକୁ ଆଗକୁ ବଢ଼ାଇବା।

ସେ ଏହା ମଧ୍ୟ କହିଛନ୍ତି

ଯେ ଏହି ମେଂଟ କେବଳ ସରକାର ଗଠନରେ ସୀମିତ ରହିବ ନାହିଁ, ବରଂ ସ୍ଥାନୀୟ ପରିଷଦ, ଲୋକସଭା ଏବଂ ରାଜ୍ୟସଭା ନିର୍ବାଚନରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ

ରାଜନୈତିକ ବୁଝାମଣା ଭାବେ ଜାରି ରହିବ।

ସେ କହିଛନ୍ତି ଯେ ରାହୁଲ

ଗାନ୍ଧୀ ଏବଂ ସି. ବିଜୟ ମିଶି ତାମିଲନାଡୁର ଲୋକମାନଙ୍କର ଜନାଦେଶକୁ ସମ୍ମାନ କରି ସେମାନଙ୍କର

ଆଶା ପୂରଣ କରିବାକୁ ସଙ୍କଳ୍ପବଦ୍ଧ ହୋଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande