ଘର ଘର ବୁଲି ଲୋକଙ୍କୁ ସଚେତନ କରିବ ବିଜେଡି
ଭୁବନେଶ୍ୱର , ୦୧ ଅକ୍ଟୋବର (ହି.ସ.) – ଆସନ୍ତାକାଲି ଗାନ୍ଧୀ ଜୟନ୍ତୀଠାରୁ ବିଜେଡିର ପଦଯାତ୍ରା ଆରମ୍ଭ ହେବ। ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଅକ୍ଟୋବର ୯ ତାରିଖରୁ ବିଧିବଦ୍ଧ ଭାବେ ପଦଯାତ୍ରା ହେବ। ସରକାରଙ୍କ ବିଫଳତା ଯୋଗୁଁ ଲୋକ ଆସ୍ଥା ହରାଇ ଦେଇଛନ୍ତି। ବିଜେପ
ଘର ଘର ବୁଲି ଲୋକଙ୍କୁ ସଚେତନ କରିବ ବିଜେଡି


ଭୁବନେଶ୍ୱର , ୦୧ ଅକ୍ଟୋବର (ହି.ସ.) – ଆସନ୍ତାକାଲି ଗାନ୍ଧୀ ଜୟନ୍ତୀଠାରୁ ବିଜେଡିର ପଦଯାତ୍ରା ଆରମ୍ଭ ହେବ। ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଅକ୍ଟୋବର ୯ ତାରିଖରୁ ବିଧିବଦ୍ଧ ଭାବେ ପଦଯାତ୍ରା ହେବ। ସରକାରଙ୍କ ବିଫଳତା ଯୋଗୁଁ ଲୋକ ଆସ୍ଥା ହରାଇ ଦେଇଛନ୍ତି। ବିଜେପି ସରକାର ଲୋକଙ୍କୁ ଧୋକା ଦେଇଛି । ନବୀନ ପଟ୍ଟନାୟକ କେମିତି ଓଡ଼ିଶାକୁ ବିଶ୍ୱ ଦରକାରରେ ଏକ ନମ୍ବର କରିଥିଲେ ଏବଂ ଏବେର ସରକାର କିଭଳି ଛାତ୍ର, ଯୁବ, ମହିଳା, ଚାଷୀଙ୍କୁ ନେଇ ଫେଲ ମାରିଛନ୍ତି ତାକୁ ତୁଳନାତ୍ମକ ଭାବେ ଲୋକଙ୍କୁ ଜଣାଯିବ। ଆୟୁଷ୍ମାନ ଅଭିଶାପ ହେଲାଣି, ଦରଦାମ ବୃଦ୍ଧି, ସୁଭଦ୍ରା ଧୋକା ଲୋକଙ୍କ ପାଖକୁ ପହଂଚାଯିବ। ଯୁବ, ଛାତ୍ର ବିଜେଡି ଘର ଘର ବୁଲି ଲୋକଙ୍କୁ ସଚେତନ କରିବ ବୋଲି କହିଛନ୍ତି ଚିନ୍ମୟ ସାହୁ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande