ଭୁବନେଶ୍ୱର , ୦୧ ଅକ୍ଟୋବର (ହି.ସ.) – ଏନସିଆରବି ରିପୋର୍ଟକୁ ନେଇ ବିଜେଡି ସରକାରକୁ କଡା ଟାର୍ଗେଟ କରିଛି ବିଜେପି। ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ଏନସିଆରବି ରିପୋର୍ଟ ନବୀନ ପାଣ୍ଡିଆନ ସରକାରର ମୁଖା ଖୋଲିଛି। ୨୦୨୧ରୁ ୨୦୨୩ ଭିତରେ ମହିଳା ଅସଦାଚରଣରେ ଓଡିଶା ୩ ନମ୍ବର ଥିଲା। ଜନସଂଖ୍ୟା ଦୃଷ୍ଟିରୁ ଦେଖିଲେ ଏକ ନମ୍ବର । ବିଜେଡି ଆମ ସରକାରକୁ ଉତରାଧିକାରୀ ସୂତ୍ରରେ ଯେଉଁ କ୍ୟାନ୍ସର ଦେଇଥିଲେ , ଆମେ ତାକୁ କେମୋ ଥେରାପି ଦେଇ କମାଉଛି । ବିଜେଡି ସରକାରରେ ବର୍ଷ ଶେଷରେ ଦଣ୍ଡ ହାର ଥିଲା ମାତ୍ର ୯ ପ୍ରତିଶତ ହେଲେ ଆମ ସରକାର ଆସିବା ପରେ ୨୮ ପ୍ରତିଶତକୁ ଦଣ୍ଡ ହାର ବଢିଛି । ଯିଏ ବି ଦୋଷୀ ସେମାନେ ଜେଲ ଯାଉଛନ୍ତି । ବିଜେଡି ସରକାରରେ ଅପରାଧୀଙ୍କ ପୃଷ୍ଠ ପୋଷକ ସାଜିଥିଲେ ତତ୍କାଳୀନ ସରକାର ।ଆମ ସରକାରରେ ଯୌନ ନିର୍ଯାତନା ୬.୪ ପ୍ରତିଶତ କମିଛି । ସମସ୍ତ ମହିଳା ବିରୋଧୀ ଅପରାଧ କମିଛି । ହତ୍ୟା ୬ ପ୍ରତିଶତ କମିଛି. ଲୁଟ ଡକାୟତି ଭଳି ଅପରାଧ ମଧ୍ୟ କମିଛି । ଏନସିଆରବି ରିପୋର୍ଟ ବିଜେଡିକୁ ଆଇନା ଦେଖାଇଛି ସେଇ ଆଇନାକୁ ଧରି ଲୋକଙ୍କ ଦେଖାନ୍ତୁ । ପଦଯାତ୍ରା ବେଳେ ଫ୍ଲାଗ କାର୍ଡ ଧରି ଲୋକଙ୍କ ପାଖକୁ ଯାଉ ବିଜେଡି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା