କଟକର ବିଭିନ୍ନ ପୂଜାମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 01 ଅକ୍ଟୋବର (ହି.ସ.) ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶାରଦୀୟ ଦୁର୍ଗା ପୂଜା ଅବସରରେ କଟକ ଗସ୍ତ କରି ବିଭିନ୍ନ ପୂଜା ମଣ୍ଡପରେ ଜଗତଜନନୀ ମା''ଦୁର୍ଗାଙ୍କ ଦର୍ଶନ କରିବା ସହ ଆଶିଷ ଲାଭ କଲି ଓ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଛନ୍ତି । ସେ ଏହି ଅବସରରେ କହିଛନ୍ତି ଯେ, କଟକ ସହର ଭାଇଚାରାର
କଟକର ବିଭିନ୍ନ ପୂଜାମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 01 ଅକ୍ଟୋବର (ହି.ସ.) ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶାରଦୀୟ ଦୁର୍ଗା ପୂଜା ଅବସରରେ କଟକ ଗସ୍ତ କରି ବିଭିନ୍ନ ପୂଜା ମଣ୍ଡପରେ ଜଗତଜନନୀ ମା'ଦୁର୍ଗାଙ୍କ ଦର୍ଶନ କରିବା ସହ ଆଶିଷ ଲାଭ କଲି ଓ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଛନ୍ତି ।

ସେ ଏହି ଅବସରରେ କହିଛନ୍ତି ଯେ, କଟକ ସହର ଭାଇଚାରାର ସହର । ଏଠାରେ ସମସ୍ତଙ୍କ ସହଯୋଗରେ ଦୁର୍ଗା ପୂଜା ଆମ ସଂସ୍କୃତି ଏବଂ ଓଡ଼ିଆ ଅସ୍ମିତାର ଅନନ୍ୟ ନିଦର୍ଶନ । କଟକର ଦୁର୍ଗା ପୂଜାରେ ସାମିଲ ହେବା ଏକ ଦିବ୍ୟ ଅନୁଭବ । ସମସ୍ତଙ୍କ ଉପରେ ମା’ ଦୁର୍ଗାଙ୍କ କୃପା ରହିଥାଉ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande