ଦୁର୍ଘଟଣା ରେ ଜଣେ ମୃତ ଦୁଇ ଆହତ
ଚମ୍ପୁଆ,1 ଅକ୍ଟୋବର (ହି.ସ.)ଚମ୍ପୁଆ ଥାନା ଅନ୍ତର୍ଗତ ୫୨୦ ନଂ ଜାତୀୟ ରାଜପଥ ପର୍ଶଳା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଆଜି ଦିନ ପ୍ରାୟ ଏକ ଘଟିକା ସମୟରେ ଏକ ବାଇକରେ ତିନି ଜଣ ଯୁବକ ରିମୁଳିରୁ
ଦୁର୍ଘଟଣା ରେ ଜଣେ ମୃତ ଦୁଇ ଆହତ


ଚମ୍ପୁଆ,1 ଅକ୍ଟୋବର (ହି.ସ.)ଚମ୍ପୁଆ ଥାନା ଅନ୍ତର୍ଗତ ୫୨୦ ନଂ ଜାତୀୟ ରାଜପଥ ପର୍ଶଳା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଆଜି ଦିନ ପ୍ରାୟ ଏକ ଘଟିକା ସମୟରେ ଏକ ବାଇକରେ ତିନି ଜଣ ଯୁବକ ରିମୁଳିରୁ ପର୍ଶଳା ଆଡକୁ ଯାଉଥିବା ବେଳେ ପର୍ଶଳା ଛକ ନିକଟରେ ଏକ ଅଜଣା ଟ୍ରକ ବାଇକକୁ ଧକ୍କା ଦେଇଥିଲା । ଫଳରେ ବାଇକ ସବାର ଯୁବକ ତିନିଜଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଥିଲେ । ତେବେ ସେଠାରେ ଚିକିତ୍ସିତ ଅବସ୍ଥାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଝୁମ୍ପୁରା ଥାନା ଗୁମରା ଗ୍ରାମର ଗଣେଶ ପ୍ରସାଦ(୪୫) । ଅନ୍ୟ ଦୁଇ ଆହତ ଯୁବକ ପର୍ଶଳା ଗ୍ରାମର ସତ୍ୟାନନ୍ଦ ଗିରି(୩୫) ଓ ଗୁମରା ଗ୍ରାମର ସୋମନାଥ ସର୍ଦ୍ଦାର (୪୪) । ସେମାନଙ୍କ ମଧ୍ୟରୁ ସତ୍ୟାନନ୍ଦଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଖବର ପାଇ ଚମ୍ପୁଆ ପୁଲିସ୍ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

---------------

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande