ବେଙ୍ଗାଲୁରୁ, 1 ଅକ୍ଟୋବର (ହି.ସ.)। ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସ୍ୱାସ୍ଥ୍ୟ ବୁଧବାର ହଠାତ୍ ବିଗିଡିଯିବା କାରଣରୁ ତାଙ୍କୁ ବେଙ୍ଗାଳୁରୁର ଏମଏସ ରମେୟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସମ୍ପ୍ରତି ବିହାର ସହିତ ଅନ୍ୟାନ୍ୟ ରାଜ୍ୟର ଯାତ୍ରା କାରଣରୁ ଖଡ଼ଗେଙ୍କୁ ନିଶ୍ୱାସ ନେବାରେ କଷ୍ଟ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଡାକ୍ତରମାନେ ତାଙ୍କର ସାଧାରଣ ପରୀକ୍ଷା ସହିତ ଇସିଜି ପରୀକ୍ଷା ମଧ୍ୟ କରିଛନ୍ତି। ଖଡ଼ଗେ ଆଜି ହସ୍ପିଟାଲରେ ରହିବେ ବୋଲି ସୂଚନା ମିଳିଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ