କେନ୍ଦୁଝର, 1 ଅକ୍ଟୋବର (ହି.ସ.)
ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ସ୍ଥିତ ଦଧୂବାମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ପଦାର୍ଥ ବିଜ୍ଞାନର ପ୍ରାଧ୍ୟାପକ ଯତୀନ୍ଦ୍ର କୁମାର ମିଶ୍ର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ବାରା ନିଯୁକ୍ତ ହୋଇଛନ୍ତି। ଅଧ୍ଯକ୍ଷ ଅଶ୍ବସୁମା ଗିରି ଅବସର ନେବା ପରେ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ସମସ୍ତ ଦାୟିତ୍ଵ ନବନିଯୁକୁ ଅଧ୍ୟକ୍ଷଙ୍କୁ ହସ୍ରାନ୍ତିର କରିଥିଲେ। କାର୍ଯ୍ୟଭାର ଗ୍ରହଣ କରିବା ପରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବହୁ କର୍ମଚାରୀ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିବା ସହ ସ୍ବାଗତ ଓ ଶୁଭେଚ୍ଛା ଜ୍ଞାପନ କରିଥିଲେ। ସେ ଦାୟିତ୍ବ ନେବାପରେ ସୀମିତ ସମୟ ମଧ୍ୟରେ ଶିକ୍ଷାନୁଷ୍ଠାନର ଶୈକ୍ଷିକ ଓ ସମ୍ଭବ ପ୍ରୟାସ କରିବେ ବୋଲି ମତବ୍ୟକ୍ତ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA