ଡେନସର୍ଗୀରେ ଅଜଣା ଗାଡି ଧକ୍କାରେ ବାଇକ୍ ଚାଳକ ଗୁରୁତର
ଡେନସର୍ଗୀରେ ଅଜଣା ଗାଡି ଧକ୍କାରେ ବାଇକ୍ ଚାଳକ ଗୁରୁତର
ଡେନସର୍ଗୀରେ ଅଜଣା ଗାଡି ଧକ୍କାରେ ବାଇକ୍ ଚାଳକ ଗୁରୁତର


ଡେନସର୍ଗୀରେ ଅଜଣା ଗାଡି ଧକ୍କାରେ ବାଇକ୍ ଚାଳକ ଗୁରୁତର


ଡେନସର୍ଗୀରେ ଅଜଣା ଗାଡି ଧକ୍କାରେ ବାଇକ୍ ଚାଳକ ଗୁରୁତର


ଡେନସର୍ଗୀରେ ଅଜଣା ଗାଡି ଧକ୍କାରେ ବାଇକ୍ ଚାଳକ ଗୁରୁତର


ସମ୍ବଲପୁର, ୦୧ ଅକ୍ଟୋବର (ହି.ସ.) ସମ୍ବଲପୁର ଜିଲ୍ଲା

ଜମନକିରା ଭୋଜପୁର ପିଡବ୍ଲୁଡି ରାସ୍ତାର ଡେଙ୍ଗସର୍ଗୀ ମନ୍ଦିର ପାଖ ଗଡ଼ାଣିରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ୍ ଚାଳକ ଗୁରୁତର ହୋଇଥିବା ସୂଚନା ରହିଛି। ସୂଚନା ଅନୁଯାୟୀ ଜମନକିରା ବ୍ଲକ ମୁଢ଼େନପାଲି ପଞ୍ଚାୟତ କାଣୀବନ୍ଧଲି ଗ୍ରାମର ସୁଲଥ ମାଝୀ ନାମକ ଯୁବକ ଜମନକିରା ବ୍ଲକ ଡ଼ିମିରିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ନିଜ ଶ୍ଵଶୁର ଘର ଛେପରା ବେଡ଼ାକୁ ଏକ ହିରୋହୋଣ୍ଡା ଏଚଏଫ ଡିଲକ୍ସ ଓଡି ୧୫ ଏଲ ୩୯୫୦ ନମ୍ବର ବାଇକରେ ଯାଉଥିବା ବେଳେ ଏହି ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡିଛି । ଦୁର୍ଘଟଣା ପରେ ଦୀର୍ଘ ସମୟ ଧରି ଯୁବକ ଜଣଙ୍କ ଗୁରୁତର ଅବସ୍ଥାରେ ରାସ୍ତାରେ ପଡ଼ିଥିବା ଦେଖି ସ୍ଥାନୀୟ କିଛି ଯୁବକ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ମାତ୍ର ଦୀର୍ଘ ଏକ ଘଣ୍ଟା ପରେ ବି ଆମ୍ବୁଲାନ୍ସର ଦେଖା ଦର୍ଶନ ନମିଳିବାରୁ ବାଧ୍ୟ ହୋଇ ଉକ୍ତ ରାସ୍ତାରେ ଆସୁଥିବା ସରେଇ ଅଞ୍ଚଳର ଏକ ଟେମ୍ପୁ ସାହାଯ୍ୟରେ ତାଙ୍କୁ ଜମନକିରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଜମନକିରା ଡାକ୍ତରଖାନାରେ ଡାକ୍ତର ସୁରଜ ପଟେଲ, ଫାର୍ମାସିଷ୍ଟ ସୁବୋଧ ଆଚାର୍ଯ୍ୟ, ନର୍ସ ସବନମ କୁଜୁର ଯୁବକଙ୍କ ପ୍ରାଥମିକ ଚିକିତ୍ସା କରିଥିଲେ । ମାତ୍ର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର ପାଇଁ ରେଫର କରିଥିଲେ । ମାତ୍ର ଦୁର୍ଭାଗ୍ୟର ବିଷୟ ଦୁର୍ଘଟଣା ସ୍ଥଳରୁ ୧୦୮ ଆମ୍ବୁଲାନ୍ସ ନମିଳିବା ସଦୃଶ୍ୟ ବୁର୍ଲା ବଡ଼ ମେଡ଼ିକାଲକୁ ଯିବାପାଇଁ ମଧ୍ୟ ୧୦୮ ଆମ୍ବୁଲାନ୍ସ ସେବା ମିଳିପାରିନଥିଲା । ଯାହା ଫଳରେ ବାଧ୍ୟ ହୋଇ ପରିବାର ଲୋକେ ଏକ ଘରୋଇ ଆମ୍ବୁଲାନ୍ସରେ ତାଙ୍କୁ ବୁର୍ଲା ବଡ ମେଡିକାଲ କୁ ନେଇଥିଲେ। ଆହତ ଯୁବକଙ୍କ ମୁଣ୍ଡ, ଛାତି ଏବଂ ଗୋଡ଼ରେ ଶକ୍ତ ଆଘାତ ଲାଗିଥିବା ପ୍ରାଥମିକ ଚିକିତ୍ସାରୁ ଜଣାପଡିଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande