ଦେବୋତ୍ତର ବିଭାଗ ଓ ମା ସୁରେଶ୍ଵରୀ ଯଜ୍ଞ କମିଟି ପକ୍ଷରୁ ବାଡି ଖେଳ ପ୍ରତିଯୋଗିତା
ସୁବର୍ଣ୍ଣପୁର, 1 ଅକ୍ଟୋବର (ହି.ସ.) ମା ସୁରେଶ୍ଵରୀ ଙ୍କ ନବ ଦିନାତ୍ମକ ସପ୍ତସତୀ ଚଣ୍ଡୀ ଯଜ୍ଞ ମହୋତ୍ସବ ଆନୁକୁଲ୍ୟ ରେ ମା ସୁରେଶ୍ଵରୀ ଙ୍କ ଯଜ୍ଞ ପୀଠ ଆଗରେ ରାଜ୍ୟ ସ୍ତରୀୟ ପାରମ୍ପରିକ ଲୋକ ବାଦ୍ୟ ଗଣ୍ଡା ବଜା ପ୍ରତିଯୋଗିତା ଓ ଜିଲ୍ଲା ସ୍ତରୀୟ ପାରମ୍ପରିକ ବାଡି ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛ
ଦେବୋତ୍ତର ବିଭାଗ ଓ ମା ସୁରେଶ୍ଵରୀ ଯଜ୍ଞ କମିଟି ପକ୍ଷରୁ ବାଡି ଖେଳ ପ୍ରତିଯୋଗିତା


ସୁବର୍ଣ୍ଣପୁର, 1 ଅକ୍ଟୋବର (ହି.ସ.)

ମା ସୁରେଶ୍ଵରୀ ଙ୍କ ନବ ଦିନାତ୍ମକ ସପ୍ତସତୀ ଚଣ୍ଡୀ ଯଜ୍ଞ ମହୋତ୍ସବ ଆନୁକୁଲ୍ୟ ରେ ମା ସୁରେଶ୍ଵରୀ ଙ୍କ ଯଜ୍ଞ ପୀଠ ଆଗରେ ରାଜ୍ୟ ସ୍ତରୀୟ ପାରମ୍ପରିକ ଲୋକ ବାଦ୍ୟ ଗଣ୍ଡା ବଜା ପ୍ରତିଯୋଗିତା ଓ ଜିଲ୍ଲା ସ୍ତରୀୟ ପାରମ୍ପରିକ ବାଡି ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି l ଜିଲ୍ଲା ଦେବୋତ୍ତର କମିଟି ଓ ମା ଙ୍କ ଯଜ୍ଞ କମିଟି ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଆଠ ଗୋଟି ଦଳ ଭାଗ ନେଇଥିବା ବେଳେ ଗଣ୍ଡା ବଜା ର ତିନୋଟି ଦଳ କୁ ଓ ବାଡି ଖେଳ ର ତିନୋଟି ଦଳ କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରା ଯାଇଛି l ଆଜି ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ତଥା କଲିକତା ହାଇକୋର୍ଟ ର ପ୍ରାକ୍ତନ ବିଚାରପତି ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ, ସମ୍ମାନିତ ଅତିଥି ଭାବରେ ସୁବର୍ଣ୍ଣପୁର ଏସପି ନାରାୟଣ ନାୟକ, ରାଜ୍ୟ ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର ଯୋଗ ଦେଇ ବିଲୁପ୍ତ ପ୍ରାୟ ପ୍ରାଚୀନ ଲୋକ ବାଦ୍ୟ ଲୋକ କଳା କୁ ପୁନରୁଦ୍ଧାର କରିବା ପ୍ରୟାସ ଏହା ହିଁ ଏକ ମାଧ୍ୟମ ବୋଲି କହିଥିଲେ l ବାଡି ଖେଳ ରେ ମଧୁପୁର ମା ସମଲେଶ୍ଵରୀ ଦଳ ପ୍ରଥମ, ନୂଆଗଡ ମା ମାହେଶ୍ୱରୀ ଦଳ ଦ୍ଵିତୀୟ, ଓ ଷଣ୍ଢl ମା ମାହେଶ୍ୱରୀ ଦଳ ତୃତୀୟ ସ୍ଥାନ ରେ ବିଜେତା ହୋଇ ଥିଲେ lଗଣ୍ଡା ବଜା ରେ ମେଣ୍ଢା ମାଳ ବଜନିଆ ଦଳ ପ୍ରଥମ, ବଡ଼ ଝିଙ୍କି ଦଳ ଦ୍ଵିତୀୟ, ଓ କାନ ପୁର ବଜନିଆ ଦଳ ତୃତୀୟ ସ୍ଥାନ ଅଧିକାର କରି ଛନ୍ତି l ଏହି କୃତି ପ୍ରତିଯୋଗୀ ଦଳ ମାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରି ଉତ୍ସାହିତ କରିଥିଲେ l ଯଜ୍ଞ କମିଟି ର ସଦସ୍ୟ ଶ୍ରୀବତ୍ସ ମଲ୍ଲିକ, ବୈକୁଣ୍ଠ ଶତପଥୀ, ପ୍ରଦୀପ ପୁରୋହିତ, ଜ୍ୟୋତି ରଞ୍ଜନ ପଟ୍ଟନାୟକ,ନରୋଦେବ ଭୋଇ ମଞ୍ଚାସିନ ଥିଲେ l ଆଜିର ଏଇ ବାଡି ଖେଳ ପଞ୍ଚବାଦ୍ୟ କୁ ଶହ ଶହ ଭକ୍ତ ଉପଭୋଗ କରିଥିଲେ l ଲୋକ କଳା ଗବେଷକ ଚୌଧିରି ବିଭାର ପ୍ରତିଯୋଗିତା କୁ ପରିଚାଳନା କରିଥିବା ବେଳେ ମନୋରଞ୍ଜନ ତ୍ରିପାଠୀ ଅତିଥି ପରିଚୟ କରିଥିଲେ l ପ୍ରଦୀପ ପୁରୋହିତ ଧନ୍ୟବାଦ୍ ଅର୍ପଣ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande