ସଂଘ ଶତାବ୍ଦୀ ବର୍ଷରେ ରାଷ୍ଟ୍ର ନିର୍ମାଣରେ ସ୍ୱୟଂସେବକ ମାନଙ୍କର ଅବଦାନକୁ କଲେ ପ୍ରଶଂସା
ନୂଆ ଦିଲ୍ଲୀ, 1 ଅକ୍ଟୋବର (ହି.ସ.)। କେନ୍ଦ୍ରୀୟ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାବ୍ଦୀବର୍ଷରେ ସ୍ୱୟଂସେବକମାନଙ୍କର ରାଷ୍ଟ୍ର ନିର୍ମାଣରେ ଅବଦାନକୁ ଭୂୟସୀ ପ୍ରଶଂସା କରିଛନ୍ତି । ଗଡକରୀ କହିଛନ୍ତି ଯେ, ସଂଘ ବିଗତ 100 ବର୍ଷରେ ‘ରାଷ୍ଟ୍ର ପ୍ରଥମ’ ମନ
ସଂଘ ଶତାବ୍ଦୀ ବର୍ଷରେ ରାଷ୍ଟ୍ର ନିର୍ମାଣରେ ସ୍ୱୟଂସେବକ ମାନଙ୍କର ଅବଦାନକୁ କଲେ ପ୍ରଶଂସା


ନୂଆ ଦିଲ୍ଲୀ, 1 ଅକ୍ଟୋବର (ହି.ସ.)। କେନ୍ଦ୍ରୀୟ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାବ୍ଦୀବର୍ଷରେ ସ୍ୱୟଂସେବକମାନଙ୍କର ରାଷ୍ଟ୍ର ନିର୍ମାଣରେ ଅବଦାନକୁ ଭୂୟସୀ ପ୍ରଶଂସା କରିଛନ୍ତି । ଗଡକରୀ କହିଛନ୍ତି ଯେ, ସଂଘ ବିଗତ 100 ବର୍ଷରେ ‘ରାଷ୍ଟ୍ର ପ୍ରଥମ’ ମନୋଭାବରେ କାର୍ଯ୍ୟ କରି ଲକ୍ଷ ଲକ୍ଷ ସ୍ୱୟଂସେବକଙ୍କୁ ସମର୍ପଣ ଏବଂ ବଳିଦାନର ପଥ ଦେଖାଇଛି।

ଗଡକରୀ ବୁଧବାର ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି ଯେ, ରାଷ୍ଟ୍ର ପ୍ରଥମର ସଙ୍କଳ୍ପକୁ ଜୀବନର ଉଦ୍ଦେଶ୍ୟ ବନାଇ ମାତୃଭୂମିର ସେବା ପାଇଁ ସମର୍ପିତ, ବିଶ୍ୱର ସବୁଠାରୁ ବଡ଼ ସ୍ୱୟଂସେବୀ ସଂଗଠନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଗତ 100 ବର୍ଷରେ ରାଷ୍ଟ୍ର ନିର୍ମାଣରେ ମୁଖ୍ୟ ଯୋଗଦାନ ଦେଇଛି । ଏହି 100 ବର୍ଷର କାଳରେ, ସ୍ୱାର୍ଥରୁ ଉପର ଉଠି ରାଷ୍ଟ୍ର ପାଇଁ ସମର୍ପଣର ଭାବ ନେଇ ଲକ୍ଷ ଲକ୍ଷ ସ୍ୱୟଂସେବକଙ୍କୁ ବଳିଦାନ ଏବଂ ସମର୍ପଣର ପଥ ଦେଖାଇବାର କାର୍ଯ୍ୟ ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande