ମହାନବମୀ ଅବସରରେ ଗୋବିନ୍ଦତୋଳା ଦୁର୍ଗାପୂଜା ମଣ୍ଡପରେ ନବକୁମାରୀ ପୂଜା

ସମ୍ବଲପୁର, ୦୧ ଅକ୍ଟୋବର (ହି.ସ.) ସମ୍ବଲପୁର ସହରର ଅଗ୍ରଣୀ ଗୋବିନ୍ଦତୋଳା ଦୁର୍ଗାପୂଜା ମଣ୍ଡପରେ ମାଁ ଭୁବନେଶ୍ୱରୀ ପୂଜା ପାଉଥିବା ବେଳେ ଆଜି ମହା ନବମୀ ପୂଜା ସମ୍ପନ୍ନ ହୋଇଯାଇଛି । ଏଥି ସହ ନବକୁମାରୀ ପୂଜା ମଧ୍ୟ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରସରେ ପଣ୍ଡିତ ଜଗଦୀଶ ପ୍ରସାଦ ଦାସ ଓ ସୁଶ୍ରିତ ଷଡ଼ଙ୍ଗୀ, ସରୋଜ ପୁରୋହିତ ପ୍ରମୁଖ ରୀତି ଵିଧି ମତେ ପୂଜା କାର୍ଯ୍ୟ ସମ୍ପନ୍ନ କରିଥିବା ବେଳେ ଏବର୍ଷ ର ପୂଜା କର୍ତ୍ତା ଦାଶରଥି ପଣ୍ଡା ସପତ୍ନୀ ଙ୍କର ସହ କାର୍ଯ୍ୟ ସମ୍ପାଦନ କରିଥିଲେ l ନବକୁମାରୀ ପୂଜା ସମୟରେ ଏହା ଶକ୍ତି ପୂଜାର ବିଶେଷ ଗୁରୁତ୍ୱ ରହିଛି l ଆଜି ମାଁ ଙ୍କର ମଣ୍ଡପ ରେ ଶତାଧିକ ଶ୍ରଦ୍ଧାଳୁ ଭୋଗରାଗ, ଫୁଲ, ସିନ୍ଦୁର ଦେଇ ନବକୁମାରୀ ଙ୍କୁ ପୂଜା କରିଥିଲେ l

ମହାନବମୀ ଅବସରରେ ମାଁ ଭୁବନେଶ୍ୱରୀ ଙ୍କର ପାଖରେ ପୁରୁଷ ମହିଳା ଶ୍ରଦ୍ଧାଳୁମାନେ ହଜାର ହଜାର ସଂଖ୍ୟା ରେ ମାଁ ଭୁବନେଶ୍ୱରୀ ଙ୍କର ଦର୍ଶନ କରିଥିଲେ l ଏହି ନବକୁମାରୀ ପୂଜା ସମୟରେ ଦୂଲଦୁଲି ବାଦ୍ୟ ଭରନି ପାର ରେ ଭକ୍ତିପୂର୍ଣ୍ଣ ସ୍ଥଳ ପ୍ରକମ୍ପିତ ହୋଇଯାଇଥିଲା l

ଆଜିର ବିଶେଷ ନବକୁମାରୀ ପୂଜାରେ ଗୋବିନ୍ଦତୋଳା ଦୁର୍ଗାପୂଜା କମିଟି ର ସଭାପତି ପ୍ରଦୀପ ପାଢ଼ୀ, ସମ୍ପାଦକ ଅଜୟ ସାହୁ ଙ୍କର ସହ ସଦସ୍ୟ ବୃନ୍ଦ ତଥା ଗୋବିନ୍ଦତୋଳା ଅଂଚଳର ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହି ମାଁ ଭୁବନେଶ୍ୱରୀ ଙ୍କର ଆଶୀର୍ବାଦ ଭିକ୍ଷା କରିଥିଲେ l ଆଜିର ପୂଜାକର୍ମ ରେ ଦାୟିତ୍ୱ ରେ ଥିବା ଦୀପକ କୁମାର ପଣ୍ଡା, ଗୌରୀଦାସ ପଣ୍ଡା,ପ୍ରହଲ୍ଲାଦ ପାଣିଗ୍ରାହୀ, ଶ୍ରୀକାନ୍ତ ପଣ୍ଡା ,ଅନିଲ ନାୟକ, ରୁଦ୍ର ପ୍ରସାଦ ଷଡ଼ଙ୍ଗୀ,ଆଲୋକ ପଣ୍ଡା, ଟୁଲୁ ବଡ଼ପଣ୍ଡା, ସଞ୍ଜୟ ତ୍ରିପାଠୀ, ମମତା ପଣ୍ଡା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ବୋଲି ଦୁର୍ଗାପୂଜା କମିଟି ର ମିଡ଼ିଆ ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି l

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande