ନୂଆଦିଲ୍ଲୀ, ୦୧ ଅକ୍ଟୋବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବୁଧବାର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତବାର୍ଷିକୀ ସମାରୋହରେ ଅଂଶଗ୍ରହଣ କରିବେ। ଏହି ଅବସରରେ ସେ ଏକ ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା ଏବଂ ଡାକଟିକଟ ଉନ୍ମୋଚନ କରିବେ। ଏହି କାର୍ଯ୍ୟକ୍ରମ ଦିଲ୍ଲୀର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ଅନୁଷ୍ଠିତ ହେବ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଙ୍ଗଳବାର ଏକ ବିବୃତି ଜାରି କରି କହିଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଅକ୍ଟୋବର ୧ ତାରିଖ ସକାଳ ୧୦ଟା ୩୦ ରେ ନୂଆଦିଲ୍ଲୀର ଡକ୍ଟର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଏହି ଅବସରରେ, ପ୍ରଧାନମନ୍ତ୍ରୀ ରାଷ୍ଟ୍ର ପ୍ରତି ସଂଘର ଅବଦାନକୁ ଦର୍ଶାଇ ଏକ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଥିବା ସ୍ମାରକୀ ଡାକଟିକଟ ଏବଂ ମୁଦ୍ରା ଉନ୍ମୋଚନ କରିବେ। ପ୍ରଧାନମନ୍ତ୍ରୀ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।
ବିବୃତିରେ କୁହାଯାଇଛି ଯେ, ଡକ୍ଟର କେଶବ ବଳିରାମ ହେଡଗେୱାର ୧୯୨୫ ମସିହାରେ ବିଜୟାଦଶମୀରେ ନାଗପୁରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପ୍ରତିଷ୍ଠା କରିଥିଲେ। ସଂଘର ପ୍ରତିଷ୍ଠା ଏକ ସ୍ୱୟଂସେବକ-ଭିତିକ ସଂଗଠନ ଭାବରେ ହୋଇଥିଲା । ଯାହାର ଲକ୍ଷ୍ୟ ଥିଲା ନାଗରିକମାନଙ୍କ ମଧ୍ୟରେ ସାଂସ୍କୃତିକ ସଚେତନତା, ଶୃଙ୍ଖଳା, ସେବା ଏବଂ ସାମାଜିକ ଦାୟିତ୍ୱକୁ ପ୍ରୋତ୍ସାହିତ କରିବା ।
ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ