ଖୋର୍ଦ୍ଧା,, 1 ଅକ୍ଟୋବର (ହି.ସ.)ଖୋର୍ଦ୍ଧା ଜିଲା ୧୬ନମ୍ବର ରାଜପଥରେ ପୃଥକ ଦୃର୍ଘଟଣାରେ ଜଣେ ଯୁବତୀଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି। ଜାତୀୟ ରାଜପଥର ଖୋର୍ଦ୍ଧା ପିଏନ୍ କଲେଜ ରାଜପଥ ଉପରେ ମଧ୍ୟ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ବାଇକକୁ ଏକ କଣ୍ଟେନର ଧକ୍କା ଦେଇଛି। ଦୁର୍ଘଟଣାରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ପରିଚୟ ମିଳିପାରି ନାହିଁ। ତେବେ ମୃତକ ମାନେ ପୁରୀ ଜିଲା ସାତଶଙ୍ଖ ଅଞ୍ଚଳର ବୋଲି ଜଣାପଡିଛି। ବିପରୀତ ଦିଗରେ ଭୁବନେଶ୍ବର ପାର୍ଶ୍ଵରୁ ବାଇକ୍ରେ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିବା ନେଇ ଅନୁମାନ କରାଯାଉଛି। ଦୁର୍ଘଟଣା ଘଟାଇଥିବା ଗାଡିକୁ ଶିଳ୍ପାଞ୍ଚଳ ପୋଲିସ ପିତାପଲ୍ଲୀ ଛକରେ ଜବତ କରିବା ସହ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ଅଟକ ରଖିଛି। ଦୁର୍ଘଟଣା ସମୟରେ ରାତିରେ ପାଟ୍ରୋଲିଂ କରୁଥିବା ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି।ସେହିପରି ଦୁଇ ଜଣ କଲେଜ ଯୁବତୀ ପିଏନ୍ କଲେଜ ଓଭରବ୍ରିଜ ଉପର ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ପାର ହେଉଥିବା ବେଳେ ଅଜଣା ଗାଡି ଧକ୍କାରେ ଜଣକ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ଆହତଙ୍କୁ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି। ମୃତ ଯୁବତୀଙ୍କ ପରିଚୟ ମିଳି ପାରିନି।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ