2026-27 ବିପଣନ ଋତୁ ପାଇଁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ କ୍ୟାବିନେଟ ଅନୁମୋଦନ
ନୂଆଦିଲ୍ଲୀ, 01 ଅକ୍ଟୋବର (ହି.ସ.) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର କ୍ୟାବିନେଟ କମିଟି (ସିସିଇଏ) 2026-27 ବିପଣନ ଋତୁ ପାଇଁ ସମସ୍ତ ବାଧ୍ୟତାମୂଳକ ରବି ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧିକୁ ମଞ୍ଜୁରୀ ଦେଇଛି। ଚାଷୀମାନଙ୍କୁ ସ
2026-27 ବିପଣନ ଋତୁ ପାଇଁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ କ୍ୟାବିନେଟ ଅନୁମୋଦନ


ନୂଆଦିଲ୍ଲୀ, 01 ଅକ୍ଟୋବର (ହି.ସ.) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର କ୍ୟାବିନେଟ କମିଟି (ସିସିଇଏ) 2026-27 ବିପଣନ ଋତୁ ପାଇଁ ସମସ୍ତ ବାଧ୍ୟତାମୂଳକ ରବି ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧିକୁ ମଞ୍ଜୁରୀ ଦେଇଛି।

ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦର ଲାଭଦାୟକ ମୂଲ୍ୟ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ସରକାର 2026-27 ବିପଣନ ଋତୁ ପାଇଁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିଛନ୍ତି। କୁସୁମ (ପ୍ରତି କ୍ୱିଣ୍ଟାଲ 600 ଟଙ୍କା)ର ଏମଏସପିରେ ସର୍ବାଧିକ ବୃଦ୍ଧି କରାଯାଇଛି । ଏହାପରେ ମସୁର ଏମଏସପି କ୍ୱିଣ୍ଟାଲ ପ୍ରତି 300 ଟଙ୍କା ବଢ଼ିଛି। ରେପସିଡ୍ ଏବଂ ସୋରିଷ, ଚଣା, ଯଅ ଏବଂ ଗହମ ପାଇଁ ଏମଏସପି ଯଥାକ୍ରମେ କ୍ୱିଣ୍ଟାଲ ପ୍ରତି 250 ଟଙ୍କା, କ୍ୱିଣ୍ଟାଲ ପ୍ରତି 225 ଟଙ୍କା, କ୍ୱିଣ୍ଟାଲ ପ୍ରତି 170 ଟଙ୍କା ଏବଂ 160 ଟଙ୍କା ବୃଦ୍ଧି କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande