ନୂଆ ଦିଲ୍ଲୀ, 1 ଅକ୍ଟୋବର (ହି.ସ.)। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ଯେ, ଆଜି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାବ୍ଦୀ ସମାରୋହରେ ସଂଘର 100 ବର୍ଷର ରାଷ୍ଟ୍ରସେବାକୁ ସମ୍ମାନିତ କରିବା ପାଇଁ ବିଶେଷ ଡାକ ଟିକେଟ୍ ଏବଂ ସ୍ମୃତି ମୁଦ୍ରା ଜାରି କରାଯିବା ସମସ୍ତ ରାଷ୍ଟ୍ରଭକ୍ତଙ୍କ ପାଇଁ ଐତିହାସିକ କ୍ଷଣ ଅଟ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଡ଼ା. ହେଡଗେୱାର ଦ୍ୱାରା ରଖାଯାଇଥିବା ମୁଳଦୁଆ ଠାରୁ ଆରମ୍ଭ କରି ବର୍ତ୍ତମାନ ସରସଂଘଚାଳକ ଡ଼ା. ମୋହନ ଭାଗବତ ପର୍ଯ୍ୟନ୍ତ, ସମସ୍ତେ ରାଷ୍ଟ୍ର ନିର୍ମାଣରେ ମୂଲ୍ୟବାନ ଅବଦାନ ଦେଇଛନ୍ତି। ସେ କହିଛନ୍ତି ଯେ, ଅନୁଶାସନ, ସମର୍ପଣ ଏବଂ ମାତୃଭୂମି ପ୍ରତି ନି:ସ୍ୱାର୍ଥ ଭାବରେ ସେବା ହେଉଛି ସଂଘର ଲକ୍ଷ୍ୟ। ସଂଘର ସ୍ୱୟଂସେବକମାନେ କେବଳ ସଂଗଠନାତ୍ମକ କାର୍ଯ୍ୟରେ ସୀମିତ ନୁହେଁ, ବରଂ ଭାରତର ସଂସ୍କୃତି, ପରମ୍ପରା ଏବଂ ସାମାଜିକ ସଦ୍ଭାବକୁ ଜନ – ଜନ ପର୍ଯ୍ୟନ୍ତ ପହଁଚାଇବାରେ ନେତୃତ୍ୱମୂଳକ ଭୂମିକା ଗ୍ରହଣ କରିଥାନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ