କେନ୍ଦୁଝର, 1 ଅକ୍ଟୋବର (ହି.ସ.)
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ଖୁଣ୍ଟାପଡା ଗ୍ରାମ ଡୁମ୍ବୁରିସାହିର ମହାଲକ୍ଷ୍ମୀ ପୂଜା କମିଟି ତରଫରୁ ମହିଳା ମାନଙ୍କର ଦାବିପୁରଣ ସକାଶେ ଏକ ଦାବିପତ୍ର ତୁରୁମୁଙ୍ଗା ବିଧାୟକ ଙ୍କ ଅଭିଯୋଗ ଶିବିରରେ ପ୍ରଦାନ କରାଯାଇଛି। ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ନୂତନ ସରକାର ଗଠନ ହେବାର ଏକ ବର୍ଷ ୬ ମାସ ପୁରଣ କରିଥିବା ବେଳେ ସାହିବାସୀ ମାନଙ୍କର ମୌଳିକ ଦାବି ‘ଲକ୍ଷ୍ମୀପୂଜା ମଣ୍ଡପ, ଓ ଦୈନିକ ଯିବା ଆସିବା ପାଇଁ ସାହିକୁ ରାସ୍ତା ସମ୍ପୁର୍ଣ୍ଣ ଅଣଦେଖା କରାଯାଇଛି। ବିଗତ ୨୪ ବର୍ଷ ବିଜେଡି ସରକାର ସମୟରେ ବିଜେଡି ନେତା ମାନେ ମହିଳା ମାନଙ୍କ ବିଷୟ ବିଚାରକୁ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ଡୁମ୍ବୁରିସାହି ର ମହିଳା ମାନଙ୍କୁ ଅଣଦେଖା କରାଯାଇଛି। ଏନେଇ ବୁଧବାର ଦିନ ବିଜେପି ବିଧାୟକ ଅଖିଳ ଚନ୍ଦ୍ର ନାଏକ ଓ କେନ୍ଦେଇପଶି ସରପଞ୍ଚ ମିନାକ୍ଷୀ ନାଏକ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ ପରେ ବିଧାୟକ ତୁରନ୍ତ ଡୁମ୍ବୁରୀ ସାହି କୁ ଦୈନିକ ଯିବା ଆସିବା ପାଇଁ କଂକ୍ରିଟ ରାସ୍ତା ଓ ଲକ୍ଷ୍ମୀପୂଜା ମଣ୍ଡପ ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇଛନ୍ତି। ଦାବିପତ୍ର ପ୍ରଦାନ ସମୟରେ କମିଟିର ମହିଳା ସଭାପତି ଗୀତାଞ୍ଜଳି ମହାନ୍ତ, ସମ୍ପାଦକ ଡାଳିମ୍ବ ମହାନ୍ତ, ସହ ସମ୍ପାଦକ ଦ୍ରୌପଦୀ ମହାନ୍ତ, ସୁଷମା ବାରିକ, ଜାନକୀ ମହାନ୍ତ, କାଞ୍ଚନ ମହାନ୍ତ, ମଞ୍ଜରୀ ଦାସ, ବଉଳ ମହାନ୍ତ, ନୃପତି ମହାନ୍ତ, ସୁମିତ୍ରା ମହାନ୍ତ, ନଳିନୀ ମହାନ୍ତ, ମମତା ମଞ୍ଜରୀ ମହାନ୍ତ ପ୍ରମୁଖ ଉପସ୍ଥିତ ରହିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA