ସ୍ୱଦେଶୀ ପ୍ଲାଟଫର୍ମ ଏବଂ ସେବା ବ୍ୟବହାର ଦିଗରେ  କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ
● ଜୋହୋ ପରେ ମ୍ୟାପଲ୍ସ ଉପଯୋଗ କଲେ କେନ୍ଦ୍ର ମନ୍ତ୍ରୀ ନୂଆଦିଲ୍ଲୀ, 01 ଅକ୍ଚୋବର (ହି.ସ.) କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଗତ ସପ୍ତାହରେ ସ୍ୱଦେଶୀ ପ୍ଲାଟଫର୍ମ ଏବଂ ସେବାଗୁଡ଼ିକର ବ୍ୟବହାର ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଆରମ୍ଭ କରିଛନ୍ତି । ଗତ ସପ୍ତାହରେ
ସ୍ୱଦେଶୀ ପ୍ଲାଟଫର୍ମ ଏବଂ ସେବା ବ୍ୟବହାର ଦିଗରେ  କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ


● ଜୋହୋ ପରେ ମ୍ୟାପଲ୍ସ ଉପଯୋଗ କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ, 01 ଅକ୍ଚୋବର (ହି.ସ.) କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଗତ ସପ୍ତାହରେ ସ୍ୱଦେଶୀ ପ୍ଲାଟଫର୍ମ ଏବଂ ସେବାଗୁଡ଼ିକର ବ୍ୟବହାର ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଆରମ୍ଭ କରିଛନ୍ତି । ଗତ ସପ୍ତାହରେ ଶ୍ରୀ ବୈଷ୍ଣବ ଏପରି ଏକ ପରିବର୍ତ୍ତନ ସମ୍ପର୍କରେ ଘୋଷଣା କରିଥିଲେ। ମନ୍ତ୍ରୀ ଶ୍ରୀ ବୈଷ୍ଣବ ଗତ ସପ୍ତାହରୁ ହିଁ କ୍ୟାବିନେଟ୍ ଏବଂ ଅନ୍ୟାନ୍ୟ ଗଣମାଧ୍ୟମ ସୂଚନା ଉପସ୍ଥାପନା କରିବା ପାଇଁ ସ୍ୱଦେଶୀ ପ୍ଲାଟଫର୍ମ ‘ଜୋହୋ ଶୋ’ ବ୍ୟବହାର କରିବା ଆରମ୍ଭ କରିଥିଲେ।

ଆଜି ପୁଣିଥରେ ‘ଜୋହୋ ଶୋ’ ବ୍ୟବହାର କରି ପ୍ରସ୍ତୁତ ହୋଇଥିବା କ୍ୟାବିନେଟ୍ ନିଷ୍ପତ୍ତି ସଂକ୍ରାନ୍ତ ସୂଚନା ଉପସ୍ଥାପନାରେ ସେ ମ୍ୟାପ୍ ମାଇଁ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ମ୍ୟାପଲ୍ସ ନାମକ ଏକ ମାନଚିତ୍ର ବା ମ୍ୟାପ୍ ବ୍ୟବହାର କରିଥିଲେ । ମ୍ୟାପଲ୍ସ ହେଉଛି ମ୍ୟାପମାଇଇଣ୍ଡିଆ ଦ୍ୱାରା ବିକଶିତ ଏକ ସ୍ୱଦେଶୀ ଡିଜିଟାଲ୍ ମାନଚିତ୍ର ଏବଂ ନାଭିଗେସନ୍ ପ୍ରଯୁକ୍ତିବିଦ୍ୟା ପ୍ଲାଟଫର୍ମ। ⁠ଏହା ଭାରତୀୟଙ୍କ ମାଲିକାନାରେ ଭାରତରେ ନିର୍ମିତ ଏବଂ ହୋଷ୍ଟ କରାଯାଇଛି। ⁠ଏହି ପ୍ଲାଟଫର୍ମ ସାଧାରଣ ନାଗରିକ, ବ୍ୟବସାୟ ଏବଂ ସରକାରଙ୍କ ପାଇଁ ମାନଚିତ୍ର, ନାଭିଗେସନ୍, ଭୂସ୍ଥାନିକ ବା ଜିଓସ୍ପାଟିଆଲ ଏପିଆଇ ଏବଂ ସ୍ଥାନ-ଆଧାରିତ ସମାଧାନ ପ୍ରଦାନ କରେ। ⁠ମ୍ୟାପଲ୍ସ ବିଦେଶୀ ପ୍ଲାଟଫର୍ମର ଏକ ସ୍ୱଦେଶୀ ବିକଳ୍ପ ପ୍ରଦାନ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣକୁ ସମର୍ଥନ କରେ। ଅନ୍ୟ ବିଦେଶୀ ମାନଚିତ୍ର ସେବାର ବିପରୀତ, ମ୍ୟାପଲ୍ସ ସମସ୍ତ ମାନଚିତ୍ର ତଥ୍ୟ ଏବଂ ଉପଭୋକ୍ତା ସୂଚନା ଭାରତ ମଧ୍ୟରେ ରଖିଥାଏ। ⁠ଏହା ଭାରତୀୟ କାର, ଲଜିଷ୍ଟିକ୍ସ କମ୍ପାନୀ, ଷ୍ଟାର୍ଟଅପ୍ ଏବଂ ସ୍ମାର୍ଟ ସିଟି ପ୍ରକଳ୍ପରେ ବ୍ୟବହୃତ ହେଉଛି। ⁠ଏହି ପ୍ଲାଟଫର୍ମଟିକୁ ବିଶେଷ ଭାବରେ ଭାରତୀୟ ରାସ୍ତା, ଠିକଣା, ଭାଷା ଏବଂ ସ୍ଥାନୀୟ ଆବଶ୍ୟକତା ପାଇଁ ଡିଜାଇନ୍ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande