ନୂଆଦିଲ୍ଲୀ, 1 ଅକ୍ଟୋବର (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ରୀୟ କ୍ୟାବିନେଟ ବୈଠକରେ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଲଭୋଗୀଙ୍କ ପାଇଁ ମହଙ୍ଗାଇ ଭତ୍ତା (ଡିଏ) କୁ 3 ପ୍ରତିଶତ ବୃଦ୍ଧି କରି 55% କରିବାର ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି । ଏହି ବୃଦ୍ଧି 1 ଜୁଲାଇ 2025ରୁ ଲାଗୁ ହେବ।
ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନେସନାଲ୍ ମିଡ଼ିଆ ସେଣ୍ଟରରେ ଆୟୋଜିତ ସାମ୍ବାଦିକ କ୍ୟାବିନେଟର ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନ ଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧିରେ ସରକାର ଉପରେ ମୋଟ ବାର୍ଷିକ ଖର୍ଚ୍ଚ 10,083.96 କୋଟି ଟଙ୍କା ଅଧିକ ଭାର ପଡିବ। ଏହି ନିଷ୍ପତ୍ତିରେ ପ୍ରାୟ 49.19 ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ 68.72 ଲକ୍ଷ ପେନସନଭୋଗୀ ଲାଭାନ୍ବିତ ହେବେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ