ବଲାଙ୍ଗୀର , 30 ସେପ୍ଟେମ୍ବର (ହି.ସ.)
ବିଶ୍ଵ ସ୍ତରୀୟ ଶାରଦୀୟ ନବରାତ୍ରୀ ସାଧନା ଅନୁଷ୍ଠାନ 2025, ଅନୁଷ୍ଟିତ ହୋଇ ଗାୟତ୍ରୀ ନବ ଚେତନା କେନ୍ଦ୍ର ଠିକାଦାର ପଡ଼ା ରେ ନବଦିନ ସାଧନା ର ଉଦଯାପନ, କନ୍ୟା ପୂଜନ ହୋଇଯାଇଛି।
ଆଜି ଶରତଋତୁର ଶାରଦୀୟ ନବରାତ୍ର ନବମୀ ତିଥି ରେ ଗାୟତ୍ରୀ ନବ ଚେତନା କେନ୍ଦ୍ର ଠିକାଦାର ପଡ଼ା ରେ ଗାୟତ୍ରୀ ପରିବାର ସଦସ୍ୟ ପାଖ୍ୟରୁ ନବରାତ୍ରୀ ସାଧନା ଉଦଯାପନ ଓ କନ୍ୟା ପୂଜନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି। ପରିଜନ ଭାଇ ଭାଗିନି ମାନେ ସଂକଳ୍ପ କଳା ପରେ ଗତ ନବଦିନ ବ୍ୟାପି ନିର୍ଜଳା ରହିବା ସହିତ ସାଧନା ରେ ପ୍ରତ୍ୟହ ଗାୟତ୍ରୀ ପୂଜନ ଓ ଯଜ୍ଞ ହବନ +,, କାର୍ଯ୍ୟ ସମ୍ପାଦନ କରିଥିଲେ। ପ୍ରତି ଦିନ ଗାୟତ୍ରୀ ମନ୍ତ୍ର ଲିଖନ, ଗାୟତ୍ରୀ ଚାଳିଶା ପଠନ ସହିତ ହବନ୍ ସନ୍ଧ୍ୟାରେ ଆଳତି ଚାଳିଶା ହେଉଥିଲା। ଆଜି ଦିନ 11 ଘଣ୍ଟ ରୁ ଉଦଯାପନ ପାଇଁ ଯଜ୍ଞ ହେଲା ପରେ 11 କୁମାରୀ କନ୍ୟା ପୂଜନ ସହିତ ଦୁଇ ବାଳକ ଙ୍କୁ ପୂଜନ କରାଯାଇଥିଲା। ପରମ ପୂଜ୍ୟ ଗୁରୁଦେବ ଶ୍ରୀରାମ ଆଚାର୍ଯ୍ୟ ଧର୍ମପତ୍ନୀ ମାତା ଭଗବତୀ ଦେବୀ ଶର୍ମା ଙ୍କ ଜନ୍ମ ଶତାବ୍ଦୀ ସମାରୋହ ଉପଲକ୍ଷେ ଜନ୍ମ ଶତାବ୍ଦୀ ଜ୍ଞାନ ଦୀପ ବ୍ୟବସ୍ଥାପନା ଫଟୋ ସହିତ 24 ଜଣଙ୍କୁ ଦୀପ ଶ୍ରଦ୍ଧାଞ୍ଜଳି ରୂପରେ ପ୍ରଦାନ କରାଯାଇଥିଲା। ଗାୟତ୍ରୀ ପରିବାର ଟ୍ରଷ୍ଟ ବ୍ୟବସ୍ଥାପକ ବରିଷ୍ଟ ଯୁଗଳ କିଶୋର ଝା ଅନ୍ୟ ସଦସ୍ୟ ଓ ଭଉଣୀ ମଧ୍ୟଅନଙ୍କ ସହିତ ସମସ୍ତ କାର୍ଯ ସମ୍ପାଦନ ଆଜି ଶେଷ ଉଦଯାପନ ଦିବସ ରେ ସାମୁହିକ ପ୍ରସାଦ ସେବନ ସହିତ ସହଭୋଜ ସଂପନ୍ନ ହୋଇଥିଲା। ଶେଷରେ ପୂର୍ଣ୍ଣାହୁତି ସହିତ ଅନୁଷ୍ଠାନ ସମ୍ପନ୍ନ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ