ଭୁବନେଶ୍ୱର, 1 ଅକ୍ଟୋବର (ହି.ସ.)
- ଏନସିଆରବି
ରିପୋର୍ଟକୁ ନେଇ ବିଜେଡି ନେତା ପ୍ରଶାନ୍ତ ମୁଦୁଲି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି
ଯେ, ଲୋକମାନେ ଶାନ୍ତିରେ ରହିବାକୁ ଚାହାନ୍ତି । ଲୋକମାନେ ତୁଳନା କରୁ ନାହାନ୍ତି ପୂର୍ବ ସରକାର
ରେ କଣ ହେଉଥିଲା କଣ ନାହିଁ । ଲୋକମାନେ ବର୍ତ୍ତମାନ ସରକାର ରେ ଶାନ୍ତି ଚାହାନ୍ତି ସୁରକ୍ଷା
ଚାହାନ୍ତି । ଏବଂ ଏକ ସୁସ୍ଥ ଶାସନ ବ୍ୟବସ୍ଥା ଚାହାନ୍ତି । ତେଣୁ ଇଏ ଗୋଟେ ଧର୍ମ କୁ ଆଖି ଠାର ।
ବଡ଼ ଲଜ୍ୟା ଜନକ ଘଟଣା ସରକାର ଦେଢ଼ ବର୍ଷ ହେବ କେବଳ ପୂର୍ବ ସରକାର ପୂର୍ବ ସରକାର ତୁଳନା କରି
କରି ବ୍ୟବସ୍ଥା କୁ ବିପର୍ଯ୍ୟସ୍ତ କରି ସାରିଲେଣି । ଏଥିରେ ଲୋକମାନେ ହନ୍ତସନ୍ତ ହେଉଛନ୍ତି ଆଉ
ଅସୁବିଧାରେ ପଡୁଛନ୍ତି । ଦେଢ଼ ବର୍ଷ ଭିତରେ ଅପରାଧ ବଢ଼ିଛି । ଗାଁ ଗହଳିରେ ମହିଳା ଝିଅ ମାନେ
ବାହାରକୁ ବାହାରି ପାରୁ ନାହାନ୍ତି। ଅପରାଧ
ନିୟନ୍ତ୍ରଣ ପାଇଁ ଶାସନ ବ୍ୟବସ୍ଥାରେ ଆଉ ଅଙ୍କୁଶ ନାହିଁ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା