କଂଗ୍ରେସର ଗାନ୍ଧୀ ପଥେ ଓଡ଼ିଶା ପଦଯାତ୍ରା କାଲି
ଭୁବନେଶ୍ୱର , ୦୧ ଅକ୍ଟୋବର (ହି.ସ.) – ଆସନ୍ତାକାଲି କଂଗ୍ରେସର ଗାନ୍ଧୀ ପଥେ ଓଡ଼ିଶା ପଦଯାତ୍ରା ଅନୁଷ୍ଠିତ ହେବ । ଏଥିରେ ଯୋଗ ଦେବା ପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସ ବୁଧବାର ଦିନ େ;କାରାପୁଟରେ ପହଂଚିଛନ୍ତି। ଏନେଇ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇ ପିସିସି ସଭାପତି ଲେଖିଛନ୍ତି ଆସନ୍ତାକାଲି, ଓଡ଼
କଂଗ୍ରେସର ଗାନ୍ଧୀ ପଥେ ଓଡ଼ିଶା ପଦଯାତ୍ରା କାଲି


ଭୁବନେଶ୍ୱର , ୦୧ ଅକ୍ଟୋବର (ହି.ସ.) – ଆସନ୍ତାକାଲି କଂଗ୍ରେସର ଗାନ୍ଧୀ ପଥେ ଓଡ଼ିଶା ପଦଯାତ୍ରା ଅନୁଷ୍ଠିତ ହେବ । ଏଥିରେ ଯୋଗ ଦେବା ପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସ ବୁଧବାର ଦିନ େ;କାରାପୁଟରେ ପହଂଚିଛନ୍ତି।

ଏନେଇ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇ ପିସିସି ସଭାପତି ଲେଖିଛନ୍ତି ଆସନ୍ତାକାଲି, ଓଡ଼ିଶାର ସ୍ୱାର୍ଥ ଓ ନ୍ୟାୟ ପାଇଁ ପଦଯାତ୍ରା ଗାନ୍ଧୀ ପଥେ ଓଡ଼ିଶା ରେ ସାମିଲ ହେବା ନିମନ୍ତେ କୋରାପୁଟ ବିମାନ ବନ୍ଦରରେ ପହଂଚିଲି ।

ଓଡ଼ିଶାର ସ୍ୱାର୍ଥ ରକ୍ଷା ଏବଂ ମହିଳା ମାନଙ୍କ ସୁରକ୍ଷା ଓ ସମ୍ମାନ ନିମନ୍ତେ ସରକାରଙ୍କୁ ଚେତାଇ ଦେବା ପାଇଁ ଗାନ୍ଧୀଙ୍କ ଅହିଂସା ପଥକୁ ଅନୁସରଣ କରି ଆୟୋଜିତ ହେଉଥିବା ଏହି ପଦଯାତ୍ରାରେ ସାମିଲ ହେବା ନିମନ୍ତେ ସମସ୍ତ ଜନସାଧାରଣଙ୍କୁ ନିବେଦନ ।ଏହି ଅବସରରେ, ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତି, ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ରୂପକ ତୁରୁକ ଏବଂ ସ୍ଥାନୀୟ କଂଗ୍ରେସ ନେତୃବୃନ୍ଦଙ୍କୁ ଧନ୍ୟବାଦ୍ ଜଣାଉଛି । ପଦଯାତ୍ରା ନିମନ୍ତେ ସମସ୍ତଙ୍କ ଉତ୍ସାହ, ଅତ୍ୟନ୍ତ ଆନନ୍ଦଦାୟକ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande