ଭୁବନେଶ୍ୱର, 1 ଅକ୍ଟୋବର (ହି.ସ.)
- ଓଡ଼ିଶାରେ
ନିର୍ମାଣ ହେଉଛି ଜୋହୋର ଡାଟା ସେଣ୍ଟର । ନିକଟରେ ମାର୍ଚ୍ଚ ମାସରେ ଜୋହୋର ଡାଟା ସେଣ୍ଟର
ପ୍ରସ୍ତାବକୁ ମଞ୍ଜୁର ଦେଇଛନ୍ତି ରାଜ୍ୟ ସରକାର । ଏହି ପ୍ରକଳ୍ପରେ କମ୍ପାନି ୩୦୬ କୋଟି ଟଙ୍କା
ନିବେଶ କରିବ ।
ଚଳିତ ବର୍ଷ ମାର୍ଚ୍ଚରେ
ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ ମଞ୍ଜୁରି କର୍ତ୍ତୃପକ୍ଷଙ୍କ ୧୩୫ତମ ବୈଠକରେ
ଜୋହୋର ଡାଟା ସେଣ୍ଟର ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଥିଲା। କମ୍ପାନି ଏହାର ଡାଟା
ସେଣ୍ଟରକୁ ଖୋର୍ଦ୍ଧାରେ ସ୍ଥାପନ କରିବା ଯୋଜନା ରଖିଛି । ଜୋହୋ ହେଉଛି ଏକ ସ୍ବଦେଶୀ
ଡିଜିଟାଲ ପ୍ଲାଟଫର୍ମ । କେନ୍ଦ୍ର ସରକାର ମଧ୍ୟ ଏହାର ପ୍ରମୋଶନ କରିବା ସହ ସମସ୍ତଙ୍କୁ ସ୍ବଦେଶୀ
ପ୍ଲାଟଫର୍ମ ବ୍ୟବହାର ପାଇଁ ଅପିଲ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା