ଭୁବନେଶ୍ୱର , ୦୧ ଅକ୍ଟୋବର (ହି.ସ.) – ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଅବପାତ ରେ ପରିଣତ ହୋଇଛି। ଏହା ଉତର-ଉତରପଶ୍ଚିମ ଦିଗରେ ଗତିକରିବା ସହ ଆହୁରି ଘନୀଭୂତ ଏକ ଗଭୀରଅବପାତର ରୂପ ନେପାରେ। ଏହା ସହ ଓଡିଶା ପାର୍ଶ୍ୱବର୍ତୀ ଆନ୍ଧ୍ରପ୍ରଦେଶ ଉପକୂଳକୁ ପାରାଦ୍ୱୀପ ଏବଂ ଗୋପାଳପୁର ମଧ୍ୟରେ ଅତିକ୍ରମ କରିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨ ଓ ୩ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଡ ଧରଣର ବର୍ଷା ସମ୍ଭାବନା ରହିଛି। ଏହା ସହ ପ୍ରବଳ ବେଗରେ ପବନ ମଧ୍ୟ ବହିପାରେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା