ଭୁବନେଶ୍ୱର, 1 ଅକ୍ଟୋବର (ହି.ସ.)- ପୁଲିସ
ମହାନିର୍ଦ୍ଦେଶକ ଶ୍ରୀ ୱାଇ ବି ଖୁରାନିଆଙ୍କ ମା'ଙ୍କ ଦେହାନ୍ତରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଶୋକ
ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,
ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ ବି
ଖୁରାନିଆଙ୍କ ମାଆ କମଲେଶ ଖୁରାନିଆଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ ଏବଂ ମର୍ମାହତ ।
ପାର୍ବଣ ସମୟରେ ମା' ଦୁର୍ଗା ଧରାପୃଷ୍ଠରେ ଅବତରଣ କରିଥିବା ବେଳେ ଆପଣଙ୍କ ମା 'ଙ୍କ ଦେହାନ୍ତ ଖୁବ ଦୁଃଖଦାୟକ । ଏହି ଦୁଃଖଦ ସମୟକୁ ସାମନା କରିବାକୁ
ମା'
ଦୁର୍ଗା ଆପଣଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ । ଦିବଂଗତ
ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଆତ୍ମାର ଶାନ୍ତି ଓ ସଦଗତି କାମନା କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା