ଭୁବନେଶ୍ୱର, 1 ଅକ୍ଟୋବର (ହି.ସ.)- ଶ୍ରୀମୟୀଙ୍କ
ଭୈରବ ବଦ୍ଧ ବୟାନକୁ ବିଜେଡି ନେତା ପ୍ରଶାନ୍ତ ମୁଦୁଲି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,
ବୟାନ ବାଜି ଯେଉଁମାନେ ଦେଉଛନ୍ତି ସେମାନେ
ସ୍ପଷ୍ଟୀକରଣ ଦିଅନ୍ତୁ । ସେ ତାକୁ ପ୍ରାଞ୍ଜଳ ଭାଷାରେ ବୁଝାନ୍ତୁ । ଯେଉଁମାନେ ଯାହା କହୁଛନ୍ତି
ଉହ୍ୟ ରଖି କାହିଁକି କହୁଛନ୍ତି । ସେମାନେ ପ୍ରାଞ୍ଜଳ ଭାଷାରେ କୁହନ୍ତୁ ଲୋକଲୋଚନକୁ ଆସୁ ଲୋକ
ଜାଣନ୍ତୁ । କିଏ କଣ କହିଛନ୍ତି ମୁଁ ଶୁଣିନି । କିନ୍ତୁ ଯିଏ କହୁଛନ୍ତି ସେମାନେ ବ୍ୟାଖ୍ୟା କରୁ
ନାହାନ୍ତି କାହିଁକି । ଦଳ ଦଳ ବାଟରେ ଅଛି । କୌଣସି ବୟାନ ବାଜି ଦଳ ବଦଳେ ନାହିଁ କି ଦଳର କ୍ଷତି
ହୁଏ ନାହିଁ । ଦଳ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ରହିଛି ବୋଲି କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା