ଭୁବନେଶ୍ୱର , ୦୧ ଅକ୍ଟୋବର (ହି.ସ.) – ଏସ ଆଇ ପରୀକ୍ଷାରେ ଜାଲିଆତି ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା। ସେ କହିଛନ୍ତି ବିଜେଡ଼ି ଶାସନରେ ସରକାରୀ ଚାକିରୀ ବିନା ପଇସାରେ ସମ୍ଭବ ନୁହେଁ ବୋଲି ଧାରଣା ସୃଷ୍ଟି ହୋଇଥିଲା । ଚାକିରୀ ଆଶାୟୀଙ୍କ ମନରେ ଏଭଳି ନକାରାତ୍ମକ ଭାବନା ବସା ବାନ୍ଧି ଥିଲା। କିନ୍ତୁ ବିଜେପି ସରକାର ଆସିବା ପରେ ସେ ଯୁଗ ବଦଳିଛି। ଯୁବପିଢି ମନରେ ଆଶାର ଆଲୋକ ଭରିଛନ୍ତି ମୋହନ ସରକାର । ପରୀକ୍ଷା କରୁଥିବା ସରକାରୀ ଏଜେନ୍ସି ଗୁଡ଼ିକ କେମିତି ସ୍ୱଚ୍ଛତାର ସହ ପରୀକ୍ଷା କରିବେ ତା ଉପରେ ଗୁରୁତ୍ୱ ଦେଉଛନ୍ତି । ଏହାସହ ପରୀକ୍ଷା ଅନିୟମିତତାରେ ଲିପ୍ତ ଥିବା ଚେନ୍ କୁ ବ୍ରେକ କରିବା ପାଇଁ ସରକାର କାମ କରୁଛନ୍ତି । ତୁରନ୍ତ ଦୋଷୀ ମାନଙ୍କୁ ଧରି ସରକାର କାର୍ଯ୍ୟନୁଷ୍ଠାନ ନେଉଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା