ଚରମ୍ପା ଷ୍ଟେସନ ରୋଡ୍‌ରୁ ବାଇକ୍ ଡିକି ଭାଙ୍ଗି ୪ ଲକ୍ଷ ୮୦ ହଜାର ଲୁଟ୍
ଭଦ୍ରକ, ୧୦ ଅକ୍ଟୋବର (ହି.ସ.) - ଆଜି ଦିବାଲୋକରେ ଭଦ୍ରକର ସହରାଂଚଳ ଥାନା ଅଧୀନସ୍ଥ ଚରମ୍ପାର ଷ୍ଟେସନ ରୋଡ୍‌ରେ ୨ ଜଣ ଲୁଟେରା ଜଣେ ବ୍ୟକ୍ତିଙ୍କ ବାଇକ୍ ଡିକି ଭାଙ୍ଗି ୪ ଲକ୍ଷ ୮୦ ହଜାର ଟଙ୍କା ଲୁଟିନେଇଛନ୍ତି। ଏଥିନେଇ ସହରାଂଚଳ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲୁରହିଛି। ପ୍ରାପ୍ତ ଖବରରୁ ଯାହା
CHARAMPA RU DIKI BHANGI 4 LAKH 60 THOUSAND LUT


ଭଦ୍ରକ, ୧୦ ଅକ୍ଟୋବର (ହି.ସ.) - ଆଜି ଦିବାଲୋକରେ ଭଦ୍ରକର ସହରାଂଚଳ ଥାନା ଅଧୀନସ୍ଥ ଚରମ୍ପାର ଷ୍ଟେସନ ରୋଡ୍‌ରେ ୨ ଜଣ ଲୁଟେରା ଜଣେ ବ୍ୟକ୍ତିଙ୍କ ବାଇକ୍ ଡିକି ଭାଙ୍ଗି ୪ ଲକ୍ଷ ୮୦ ହଜାର ଟଙ୍କା ଲୁଟିନେଇଛନ୍ତି। ଏଥିନେଇ ସହରାଂଚଳ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲୁରହିଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଚରମ୍ପା ପଂଚାୟତର ଥୋରଦା ଗ୍ରାମନିବାସୀ ଗୌରହରି ମହାନ୍ତି ସୋରରେ ଥିବା ତାଙ୍କ ଭଜଣା ନିକଟକୁ ଯାଇ ବ୍ୟାଙ୍କରୁ ଉଠାଇଥିବା ଉକ୍ତ ଟଙ୍କା ମୋଟର ସାଇକେଲ୍ ଡିକିରେ ରଖି ଘରକୁ ଫେରୁଥିଲେ। ଷ୍ଟେସନ ରୋଡ୍‌ରେ ସେ ବାଇକ୍ ରଖି ସମ୍ମୁଖରେ ଥିବା ଏକ ଜେରେକ୍ସ ଦୋକାନରେ ଜେରେକ୍ସ କରୁଥିବାବେଳେ ସମ୍ଭବତଃ ସୋର୍‌ରୁ ପିଛା କରୁଥିବା ୨ ଜଣ ବାଇକ୍ ଲୁଟେରା ସେଠାରେ ପହଂଚିଥିଲେ। ଜଣେ ବାଇକ୍ ଷ୍ଟାର୍ଟରେ ରଖି ବସିଥିବାବେଳେ ଅନ୍ୟ ଜଣକ ଗୌରହରିଙ୍କ ବାଇକ୍ ଡିକି ଭାଂଗି ଉକ୍ତ ଟଙ୍କା ନେଇ ସହଯୋଗୀ ସହ ଫେରାର ହୋଇଯାଇଥିଲା। ଏହି ଘଟଣା ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande