ଆଇନଜୀବୀ ଯତୀନ୍ଦ୍ର ମୋହନ ମହାନ୍ତିଙ୍କ ସ୍ମୃତିରେ ଆଇନ ସମ୍ପର୍କିତ ଆଲୋଚନା ଚକ୍ର
ଭଦ୍ରକ, ୧୦ ଅକ୍ଟୋବର (ହି.ସ.) - ବିଶିଷ୍ଟ ଆଇନଜୀବୀ ଓ ସମାଜସେବୀ ଯତୀନ୍ଦ୍ର ମୋହନ ମହାନ୍ତିଙ୍କ ସ୍ମୃତିରେ, ଭଦ୍ରକ ଓକିଲ ସଂଘ ଓ ଯତୀନ୍ଦ୍ର ମୋହନ ସ୍ମୃତି ସଂସଦ ମିଳିତ ସହଯୋଗରେ ''ଆଇନ ସମ୍ପର୍କିତ ଆଲୋଚନାଚକ୍ର'' ଓ ''ଯୁବ ଆଇନଜୀବୀ ସମ୍ମାନ ପ୍ରଦାନ'' ସଂଘର ସଭାପତି ଆଇନଜୀବୀ ସନ୍ତୋଷ କୁମାର ଆ
JATRINDRA MOHAN MOHANTY SMRUTI RE ALOCHANA CHAKRA


ଭଦ୍ରକ, ୧୦ ଅକ୍ଟୋବର (ହି.ସ.) - ବିଶିଷ୍ଟ ଆଇନଜୀବୀ ଓ ସମାଜସେବୀ ଯତୀନ୍ଦ୍ର ମୋହନ ମହାନ୍ତିଙ୍କ ସ୍ମୃତିରେ, ଭଦ୍ରକ ଓକିଲ ସଂଘ ଓ ଯତୀନ୍ଦ୍ର ମୋହନ ସ୍ମୃତି ସଂସଦ ମିଳିତ ସହଯୋଗରେ 'ଆଇନ ସମ୍ପର୍କିତ ଆଲୋଚନାଚକ୍ର' ଓ 'ଯୁବ ଆଇନଜୀବୀ ସମ୍ମାନ ପ୍ରଦାନ' ସଂଘର ସଭାପତି ଆଇନଜୀବୀ ସନ୍ତୋଷ କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଭଦ୍ରକ ଓକିଲ ସଂଘ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ପର୍ଶୁରାମ ଦ୍ୱିବେଦୀ, ଦିବ୍ୟସିଂହ ନାୟକ, ବଟକୃଷ୍ଣ ଦାଶ, ସନ୍ତୋଷ ନାୟକ, ଅରୁଣ ଚାନ୍ଦ, ରାଧାରାଣୀ ମହାପାତ୍ର, ଶଶୀଭୂଷଣ ପଣ୍ଡା(କ),ପବନ ଶର୍ମା ପ୍ରମୁଖ ସାମାଜିକ ନ୍ୟାୟ ପ୍ରତିଷ୍ଠାରେ ଓକିଲାତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ବିଜନ ଜେନା, ସନାତନ ଦୀକ୍ଷିତ, ନିଶିକାନ୍ତ ନାୟକ, ଶଶୀଭୂଷଣ ପଣ୍ଡା(ଖ) ଓ ମୋହରୀର ସଂଘର ସମ୍ପାଦକ ରାମଚନ୍ଦ୍ର ନାୟକ ପ୍ରମୁଖ ଏହି ଆଲୋଚନାଚକ୍ରରେ ଅଂଶଗ୍ରହଣ କରିବା ସହ ସ୍ୱର୍ଗତ ମହାନ୍ତିଙ୍କ ସ୍ମୃତି ଚାରଣ କରିଥିଲେ । ଯୁବ ଆଇନଜୀବୀ ଦେବାଶିଷ ନାୟକଙ୍କୁ 'ଯତୀନ୍ଦ୍ର ମୋହନ ଯୁବ ଆଇନଜୀବୀ ସମ୍ମାନ' ପ୍ରଦାନ କରାଯାଇଥିଲା ।ପ୍ରାରମ୍ଭରେ ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିତେନ୍ଦ୍ର ପଣ୍ଡା ଉତ୍ସବର ସଂଯୋଜନା କରିଥିଲେ । ପରିଶେଷରେ ସଂଘର ଓପ- ସଭାପତି ଆଇନଜୀବୀ ଅଶୋକ ନାୟକ ଧନ୍ୟବାଦ ଦେଇଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande