ଏସଆଇ ପରୀକ୍ଷା ସ୍କାମରେ ସରକାରର ବଡ଼ ଅଧିକାରୀ ମନ୍ତ୍ରୀ ନେତାଙ୍କ ସମ୍ପୃକ୍ତି ଅଛି- କଂଗ୍ରେସ
ଭୁବନେଶ୍ୱର, 10 ଅକ୍ଟୋବର (ହି.ସ.) - ଏସଆଇ ପରୀକ୍ଷା ସ୍କାମରେ ସରକାରର ବଡ଼ ଅଧିକାରୀ ମନ୍ତ୍ରୀ ନେତାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣି ଫଟୋ ଦେଖାଇ ବିଜେପିକୁ ଟାର୍ଗେଟ କଲା କଂଗ୍ରେସ । କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତି କହିଛନ୍ତି ଯେ, ଅତୁଲ ପ୍ରଭାକରଙ୍କ ସହ ମ
ଏସଆଇ ପରୀକ୍ଷା ସ୍କାମରେ ସରକାରର ବଡ଼ ଅଧିକାରୀ ମନ୍ତ୍ରୀ ନେତାଙ୍କ ସମ୍ପୃକ୍ତି ଅଛି-     କଂଗ୍ରେସ


ଭୁବନେଶ୍ୱର, 10 ଅକ୍ଟୋବର (ହି.ସ.)

- ଏସଆଇ ପରୀକ୍ଷା ସ୍କାମରେ

ସରକାରର ବଡ଼ ଅଧିକାରୀ ମନ୍ତ୍ରୀ ନେତାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣି ଫଟୋ ଦେଖାଇ ବିଜେପିକୁ

ଟାର୍ଗେଟ କଲା କଂଗ୍ରେସ । କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତି କହିଛନ୍ତି ଯେ, ଅତୁଲ ପ୍ରଭାକରଙ୍କ

ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିଜୟ ପାଲ ସିଂ ତୋମାରଙ୍କ ଫଟୋ ରହିଛି । ମହାରାଷ୍ଟ୍ରର ଅତୁଲ

ପ୍ରଭାକରଙ୍କ ସହ ଶଙ୍କର ପୃଷ୍ଟିଙ୍କ ଫଟୋ ରହିଛି । ଅତୁଲ ତୋମାରଙ୍କ ଘନିଷ୍ଠ ହୋଇଥିବା ଅଭିଯୋଗ

ଆଣି ସେ ଦିଗରେ ତଦନ୍ତ ହେଉ ବୋଲି ଦାବି କରିଛି କଂଗ୍ରେସ । ଏସଆଇପରୀକ୍ଷା

ସ୍କାମରେ ସରକାରର ବଡ଼ ଅଧିକାରୀ ମନ୍ତ୍ରୀ ନେତାଙ୍କ ସମ୍ପୃକ୍ତି ଅଛି । ପଞ୍ଚ ସଫ୍ଟ କମ୍ପାନୀର ଭିତ୍ତି ଭୂମି କଣ, କେଉଁଠି ପରୀକ୍ଷା କରୁଛି ପରୀକ୍ଷା ପରିଚାଳନାରେ ଥିବା ବରିଷ୍ଠ ପୋଲିସ

ଅଧିକାରୀ ଯାଞ୍ଜ କରିଥିଲେ ନା ନାହିଁ? ଯେଉଁମାନେ ପଇସା ନେଇଛନ୍ତି

ଏ ପର୍ଯ୍ୟନ୍ତ ଗିରଫ ହୋଇ ନାହାନ୍ତି । କେବେ ସେମାନେ ଗିରଫ ହେବେ ବୋଲ ପ୍ରଶ୍ନ କରିଛି କଂଗ୍ରେସ

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande