ଅରୁଣାଚଳ ପ୍ରଦେଶରେ ୩.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ
ଇଟାନଗର, ୧୧ ଅକ୍ଟୋବର (ହି.ସ.)- ଅରୁଣାଚଳ ପ୍ରଦେଶରେ ଏକ ମଧ୍ୟମ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଶନିବାର ସକାଳ ୮ଟା ୩୧ ମିନିଟ୍ ୩୫ ସେକେଣ୍ଡରେ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୫ ରହିଥିଲା । ଶେଷ ଖବର ସୁଦ୍ଧା ଏହି ଭୂମିକମ୍ପରେ କୌଣସି ମୃତାହତ କିମ୍ବା କ୍ଷୟକ୍ଷତିର ରି
ଅରୁଣାଚଳ ପ୍ରଦେଶରେ ୩.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ


ଇଟାନଗର, ୧୧ ଅକ୍ଟୋବର (ହି.ସ.)- ଅରୁଣାଚଳ ପ୍ରଦେଶରେ ଏକ ମଧ୍ୟମ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଶନିବାର ସକାଳ ୮ଟା ୩୧ ମିନିଟ୍ ୩୫ ସେକେଣ୍ଡରେ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୫ ରହିଥିଲା । ଶେଷ ଖବର ସୁଦ୍ଧା ଏହି ଭୂମିକମ୍ପରେ କୌଣସି ମୃତାହତ କିମ୍ବା କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ ।

ନ୍ୟାସନାଲ ସେଂଟର ଫର୍ ସିସମୋଲୋଜି (ଏନସିଏସ) ଏହାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଛି ଯେ, ଶନିବାର ସକାଳ ୮ଟା ୩୧ ମିନିଟ୍ ୩୫ ସେକେଣ୍ଡରେ ହୋଇଥିବା ୩.୫ ତୀବ୍ରତାର ଭୂମିକମ୍ପର କେନ୍ଦ୍ରସ୍ଥଳ ପୂର୍ବ କାମେଙ୍ଗ ଜିଲ୍ଲାରେ ୫ କିଲୋମିଟର ଗଭୀରତାରେ, ୨୭.୫୨ ଡ଼ିଗ୍ରୀ ଉତର ଅକ୍ଷାଂଶ ଏବଂ ୯୨.୮୫ ଡ଼ିଗ୍ରୀ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ଜିଲ୍ଲାର କିଛି ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଛି । ଉତର-ପୂର୍ବ ଅଂଚଳରେ ସାମାନ୍ୟରୁ ମଧ୍ୟମ ତୀବ୍ରତାର ଭୂମିକମ୍ପ ଆସିବାର ସମ୍ଭାବନା ରହିଛି । ତେଣୁ, ବିଶେଷଜ୍ଞମାନେ ସଚେତନ ନାଗରିକଙ୍କୁ ସୁରକ୍ଷା ପ୍ରୋଟୋକଲ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ

 rajesh pande