ବିଜେପି ସାଂସଦ ଖଗେନ ମୁର୍ମୁଙ୍କୁ ମିଳିଲା 'ୱାଇ' ବର୍ଗର ସୁରକ୍ଷା
ସିଲିଗୁଡ଼ି, ୧୧ ଅକ୍ଟୋବର (ହି.ସ.)- ଜଳପାଇଗୁଡ଼ି ଜିଲ୍ଲାର ନାଗରାକାଟାରେ ଆକ୍ରମଣ ପରେ, ମାଲଦା ଉତରର ବିଜେପି ସାଂସଦ ଖଗେନ ମୁର୍ମୁଙ୍କ ସୁରକ୍ଷାକୁ ବଢାଇ ଦିଆଯାଇଛି । ସାଂସଦଙ୍କୁ ଏବେ ''ୱାଇ'' ବର୍ଗର ସୁରକ୍ଷା ମିଳିବ । ଶୁକ୍ରବାର ଏ ସମ୍ପର୍କରେ ସିଆଇଏସଏଫ ନିର୍ଦ୍ଦେଶ ପାଇଥିଲା । ଏହା ପରେ, ଶନିବା
ବିଜେପି ସାଂସଦ ଖଗେନ ମୁର୍ମୁଙ୍କୁ ମିଳିଲା 'ୱାଇ' ବର୍ଗର ସୁରକ୍ଷା


ସିଲିଗୁଡ଼ି, ୧୧ ଅକ୍ଟୋବର (ହି.ସ.)- ଜଳପାଇଗୁଡ଼ି ଜିଲ୍ଲାର ନାଗରାକାଟାରେ ଆକ୍ରମଣ ପରେ, ମାଲଦା ଉତରର ବିଜେପି ସାଂସଦ ଖଗେନ ମୁର୍ମୁଙ୍କ ସୁରକ୍ଷାକୁ ବଢାଇ ଦିଆଯାଇଛି । ସାଂସଦଙ୍କୁ ଏବେ 'ୱାଇ' ବର୍ଗର ସୁରକ୍ଷା ମିଳିବ । ଶୁକ୍ରବାର ଏ ସମ୍ପର୍କରେ ସିଆଇଏସଏଫ ନିର୍ଦ୍ଦେଶ ପାଇଥିଲା । ଏହା ପରେ, ଶନିବାର ଆଉ ଚାରି ଜଣ ଯବାନ ହସ୍ପିଟାଲରେ ପହଂଚିଛନ୍ତି । ଏବେଠାରୁ, ଖଗେନ ଯେଉଁଠାକୁ ଯିବେ ସେଠାରେ ମୋଟ ଛଅ ଜଣ ଅର୍ଦ୍ଧସାମରିକ ବାହିନୀର କର୍ମଚାରୀ ତାଙ୍କ ସହିତ ରହିବେ । ପୂର୍ବରୁ, ସାଂସଦଙ୍କ ସୁରକ୍ଷା ଦାୟିତ୍ୱରେ କେବଳ ଦୁଇଜଣ ସିଆଇଏସଏଫ ଯବାନ ଥିଲେ ।

ଉଲ୍ଲେଖଯୋଗ୍ୟ, ଯେ ସୋମବାର, ବନ୍ୟା ପ୍ରଭାବିତ ନାଗରାକାଟାର ବିଭିନ୍ନ ଗ୍ରାମ ପରିଦର୍ଶନ କରିବା ସମୟରେ ମାଲଦା ଉତରର ବିଜେପି ସାଂସଦ ଖଗେନ ମୁର୍ମୁ ଏବଂ ସିଲିଗୁଡ଼ି ବିଧାୟକ ଶଙ୍କର ଘୋଷଙ୍କ ଉପରେ ଆକ୍ରମଣ ହୋଇଥିଲା । ଖଗେନଙ୍କ ମୁହଁରେ ଆଘାତ ଲାଗିଥିଲା ଏବଂ ତାଙ୍କୁ ଚିକିତ୍ସା ପାଇଁ ସିଲିଗୁଡିର ମାଟିଗାଡ଼ା ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଡାକ୍ତରୀ ରିପୋର୍ଟରୁ ଜଣାପଡୁଛି ଯେ, ସାଂସଦଙ୍କ ବାମ ଆଖି ତଳ ହାଡ଼ ଭାଙ୍ଗିଯାଇଛି । ତାଙ୍କୁ ଛଅ ସପ୍ତାହ ପାଇଁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି ।

ଇତିମଧ୍ୟରେ, ସାଂସଦଙ୍କ ଉପରେ ଆକ୍ରମଣ ପରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଏବଂ ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି । ତୃଣମୂଳ କଂଗ୍ରେସ ଦାବି କରିଛି ଯେ, ଗ୍ରାମବାସୀମାନେ କ୍ରୋଧରେ ତାଙ୍କୁ ଆକ୍ରମଣ କରିଥିଲେ । କିନ୍ତୁ, ପରେ ଆକ୍ରମଣ ଘଟଣାରେ ପୋଲିସ ଏପର୍ଯ୍ୟନ୍ତ ୫ ଜଣଙ୍କୁ ଗିରଫ କରିଛି । ଏହି ସମୟରେ, ସାଂସଦଙ୍କ ସୁରକ୍ଷାକୁ ବଢାଇ ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ

 rajesh pande