ଆର୍ôଥକ ସାକ୍ଷରତା କାର୍ଯ୍ୟକ୍ରମ ଓ ସୁକନ୍ୟା ସମୃଦ୍ଧି ଖାତା ଖୋଲା ଅଭିଯାନ
ଭଦ୍ରକ, ୧୩ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଆର୍ôଥକ ସାକ୍ଷରତା ତଥା ସୁକନ୍ୟା ସମୃଦ୍ଧି ସଚେତନତା ଓ ଖାତା ଖୋଲା ଅଭିଯାନ ଆଖଣ୍ଡଳମଣି ନୋଡାଲ ଉଚ୍ଚ ବିଦ୍ୟାଳୟ, ଆରଡ଼ି ଠାରେ ଅନୁଷ୍ଠିତ ହୋଇଯାଇଛି। ସଭାରେ ସଭାପତିତ୍ୱ କରିଥିଲେ ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ଅଧିକାରୀ ମୋନାଲିସା ପଣ୍
ARTHIKA SWAKHYARATA KARYAKRAMA-2


ଭଦ୍ରକ, ୧୩ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଆର୍ôଥକ ସାକ୍ଷରତା ତଥା ସୁକନ୍ୟା ସମୃଦ୍ଧି ସଚେତନତା ଓ ଖାତା ଖୋଲା ଅଭିଯାନ ଆଖଣ୍ଡଳମଣି ନୋଡାଲ ଉଚ୍ଚ ବିଦ୍ୟାଳୟ, ଆରଡ଼ି ଠାରେ ଅନୁଷ୍ଠିତ ହୋଇଯାଇଛି। ସଭାରେ ସଭାପତିତ୍ୱ କରିଥିଲେ ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ଅଧିକାରୀ ମୋନାଲିସା ପଣ୍ଡା। ଏହି ସଭାରେ ଅତିଥି ଭାବରେ ଭଦ୍ରକ ଡାକ ବିଭାଗ ଅଧିକାରୀ ବିଜୟ କୁମାର ମହାନ୍ତି, ଇଣ୍ଡିଆ ପୋଷ୍ଟ ପେମେଂଟ ବ୍ୟାଙ୍କ୍ ଅଧିକାରୀ, ଲଡିଏମ୍ ଅଫିସ୍ ଷ୍ଟାଫ୍‌, ସାଇବର ସେଲ ଅଧିକାରୀ, ରେସୋର୍ସେ ପର୍ସନ ପଦ୍ମନ କୁମାର ରାୟ, ପୁହାଣ କ୍ଲଷ୍ଟର ଉଜଉଉ, ଆଖଣ୍ଡଳ ମଣି ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୋଗ ଦେଇଥିଲେ। ଅଧିକାରୀ ବୃନ୍ଦ ଆର୍ôଥକ ସାକ୍ଷରତା, ବିଭିନ୍ନ ସଂଚୟ ଯୋଜନା, ବୀମା ଯୋଜନା, ସାଇବର ସଚେତନତା ସମ୍ପର୍କରେ ସଚେତନ କରିଥିଲେ ଓ ଅଭିଭାବକ ମାନଙ୍କୁ ଶିଶୁ କନ୍ୟା ପାଇଁ ସୁକନ୍ୟା ସମୃଦ୍ଧି ଆକାଉଂଟ ଖୋଲିବା ପାଇଁ ପ୍ରେରିତ କରିଥିଲେ। ଆର୍ôଥକ ସାକ୍ଷରତା ଶିବିର ସହ ସୁକନ୍ୟା ସମୃଦ୍ଧି ଖାତା ଖୋଲିବ ଶିବିର ଅଖଣ୍ଡଳ ମଣି ନୋଡାଲ ଉଚ୍ଚ ବିଦ୍ୟାଳୟ, ମଠଢି ଉଚ୍ଚ ବିଦ୍ୟାଳୟ ଓ ସୁନ୍ଦରପୁର ଦୋହରା ପାଟଣା ଏମ୍ ଇ ବିଦ୍ୟାଳୟରେ ଜିଲ୍ଲା ପ୍ରଶାସନ ତରଫରୁ ଡାକ ବିଭାଗ ସହଯୋଗରେ ଆୟୋଜନ କରାଯାଇଥିଲା। ଅଭିଭାବକ ମାନେ ବିନା ଦ୍ୱିଧା ରେ ଖାତା ଖୋଲି ପାରିଥିଲେ। ଏହି ସଭା ଗୁଡ଼ିକ ପରେ ସମସ୍ତ ବିଦ୍ୟାଳୟ ପରିସରରେ ବୃକ୍ଷ୍ୟ ରୋପଣ ଅଭିଯାନ ଆୟୋଜନ କରାଯାଇଥିଲା, ସଂଚୟ ଓ ପରିବେଶ ର ସୁରକ୍ଷା ସଂପର୍କରେ ଅଭିଭାବକ ଓ ପିଲାମାନଙ୍କୁ ଅବଗତ କରାଇବା ପାଇଁ। ଉକ୍ତ ସଭାରେ ୨୦୦ ବ୍ୟକ୍ତି ଯୋଗ ଦେଇଥିଲେ। ପ୍ରାୟ ୪୦ ବୃକ୍ଷ ରୋପଣ କରାଯାଇଛି ଓ ବୃକ୍ଷ ଗୁଡ଼ିକୁ ସଂଚୟ ବୃକ୍ଷ ନାମରେ ନାମିତ କରାଯାଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande