ବାରୋ ପଂଚାୟତରେ କଂଗ୍ରେସର ମିଶ୍ରଣ ପର୍ବ
ଭଦ୍ରକ, ୧୩ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ବାରୋ ପଂଚାୟତରେ ୧୧ପରିବାର କଂଗ୍ରସରେ ସାମିଲ ହୋଇଛନ୍ତି । ଏହି ଉପଲକ୍ଷେ ରବିବାର ଚବିଶପଡ଼ା ଗ୍ରାମସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ପଂଚାୟତର କଂଗ୍ରେସ ସଭାପତି ନରହରି ନାୟକ ଅଧ୍ୟକ୍ଷ
BARO PANCHAYAT CONGRESS MISHRANA PARBA


ଭଦ୍ରକ, ୧୩ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ବାରୋ ପଂଚାୟତରେ ୧୧ପରିବାର କଂଗ୍ରସରେ ସାମିଲ ହୋଇଛନ୍ତି । ଏହି ଉପଲକ୍ଷେ ରବିବାର ଚବିଶପଡ଼ା ଗ୍ରାମସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ପଂଚାୟତର କଂଗ୍ରେସ ସଭାପତି ନରହରି ନାୟକ ଅଧ୍ୟକ୍ଷତା କରିଥିଲେ । ଗ୍ରାମର କାହ୍ନୁ ଚରଣ ଦାସ , ନିରାକାର ମଲିକ, ହରେକୃଷ୍ଣ ମଲିକ, ଶାନ୍ତ୍ୱନୁ ମଲିକ, ତରଣୀସେନ ମଲିକ, ମଦନ ମୋହନ ମଲିକ, ସୁବାସ ମଲିକ, ବିମଳ ମଲିକ, ସୁଧାଂଶୁ ମଲିକ, ଶରତ ମଲିକଙ୍କ ପରିବାର ଭାଜପା ଓ ବିଜେଡ଼ି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ । କଂଗ୍ରେସର ନୀତି ଆଦର୍ଶ ଓ କ୍ରମବର୍ଦ୍ଧିଷ୍ଣୁ ଭୋଟ ହାରକୁ ଲକ୍ଷ୍ୟ କରି ଏହି ପରିବାର ସବୁ କଂଗ୍ରସରେ ଯୋଗ ଦେଇଥିବା ସୂଚନା ଦେଇଥିଲେ । ଦଳ ପକ୍ଷରୁ ଏହି ନୂତନ କର୍ମୀମାନଙ୍କୁ ସ୍ୱାଗତ କରାଯାଇଥିଲା ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande