“ମମତା ବାନାର୍ଜୀ ରାତି ସାଢ଼େ ବାରଟା ପର୍ଯ୍ୟନ୍ତ ପୀଡିତା ବାହାରେ ଥିଲେ ବୋଲି କ ହିଛନ୍ତି ମିଥ୍ୟା”
କଲକାତା, 13 ଅକ୍ଟୋବର (ହି.ସ.) – ଦୁର୍ଗାପୁରରେ ଓଡ଼ିଶାର 23 ବର୍ଷୀୟ ଏମବିବିଏସ ଛାତ୍ରୀଙ୍କ ସହ ହୋଇଥିବା ସାମୁହିକ ଦୁଷ୍କର୍ମ ଘଟଣାକୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପରେ ଗୁରୁତର ଅଭିଯୋଗ ଆଣିଛି । ପାର୍ଟୀ କହିଛି ସେ ପୀଡିତାଙ୍କୁ ଦୋଷ ଦେଇ ଘଟଣାର ତଥ୍ୟକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି।
ବିଜେପି ଆଇ.ଟି. ସେଲ ମୁଖ୍ୟ ଅମିତ ମାଲବିୟ ସୋମବାର ସକାଳରେ ‘ଏକ୍ସ’ ରେ ପୋଷ୍ଟ କରି କହିଛନ୍ତି ଯେ ମମତା ବାନାର୍ଜୀ ପୀଡିତା ବାହାରିଥିବା ସମୟ ସମ୍ପର୍କରେ ମିଥ୍ୟା କହିଛନ୍ତି । ସେ ଦାବି କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଛାତ୍ରୀ ରାତି ସାଢ଼େ ବାରଟାରେ କଲେଜ କ୍ୟାମ୍ପସ ଛାଡ଼ିଥିଲେ, କିନ୍ତୁ ଆଇକ୍ୟୁ ସିଟି ମେଡିକାଲ କଲେଜ ଏବଂ ହସ୍ପିଟାଲର ଆଧିକାରିକ ରେକର୍ଡ ଅନୁସାରେ ସେ ସନ୍ଧ୍ୟା ଆଠଟାରେ ବାହାରିଥିଲେ।
ମାଲବିୟ ଲେଖିଛନ୍ତି, ଯେ କଲେଜ ରେକର୍ଡ ଅନୁସାରେ ପୀଡିତା ରାତି ସାଢ଼େ ବାରଟା ନୁହେଁ, ସନ୍ଧ୍ୟା ଆଠଟାରେ ବାହାରିଥିଲେ, ଯାହା ସାଧାରଣ ସମୟ। କିନ୍ତୁ ମୁଖ୍ୟମନ୍ତ୍ରୀ ମିଥ୍ୟା କହି ଜନତାଙ୍କୁ ଭ୍ରମିତ କରିଛନ୍ତି।
ସେ ଆହୁରି ଅଭିଯୋଗ କରିଛନ୍ତି ଯେ ମମତା ବାନାର୍ଜୀ ଘଟଣାର ଦାୟିତ୍ୱ ନିଜ ପ୍ରଶାସନ ବଦଳରେ ଘରୋଇ କଲେଜ ଉପରେ ଛାଡ଼ିବାର ଚେଷ୍ଟା କରୁଛନ୍ତି। ମାଲବିୟ କହିଛନ୍ତି, ଯେ କଲେଜର ଆଖପାଖ ଅଞ୍ଚଳ ବହୁ ଦିନ ଧରି ଅସାମାଜିକ କାର୍ଯ୍ୟକଳାପର ଆଶ୍ରୟସ୍ଥଳ ହୋଇଥିଲା । ସେଠାରେ ପର୍ଯ୍ୟାପ୍ତ ଆଲୋକ ବା ପୋଲିସ ପହରା ନଥିଲା। ଏହା ସଂପୂର୍ଣ୍ଣ ଭାବେ ପ୍ରଶାସନିକ ଅବହେଳାର ଫଳ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ