ବିହାର ନିର୍ବାଚନ ; ପ୍ରଥମ ପର୍ଯ୍ୟାୟ ଇ.ଭି.ଏମ-ଭି.ଭି.ପାଟ ର ପ୍ରଥମ ରାଣ୍ଡମାଇଜେସନ୍ ଶେଷ
ଭୁବନେଶ୍ୱର,୧୩ ଅକ୍ଟୋବର (ହି.ସ.) - ବିହାରରେ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଇ.ଭି.ଏମ-ଭି.ଭି.ପାଟ ର ପ୍ରଥମ ରାଣ୍ଡମାଇଜେସନ୍ ଶେଷ ହୋଇଛି। ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ, ପର୍ଯ୍ୟାୟ-୧ରେ ନିର୍ବାଚନ ହେବାକୁ ଯାଉଥିବା ବିହାରର ସମସ୍ତ ୧୮ଟି ଜିଲ୍ଲାର ଜିଲ୍ଲା ନିର୍ବାଚନ ଅ
ବିହାର ନିର୍ବାଚନ ; ପ୍ରଥମ ପର୍ଯ୍ୟାୟ ଇ.ଭି.ଏମ-ଭି.ଭି.ପାଟ ର ପ୍ରଥମ ରାଣ୍ଡମାଇଜେସନ୍ ଶେଷ


ଭୁବନେଶ୍ୱର,୧୩ ଅକ୍ଟୋବର (ହି.ସ.) - ବିହାରରେ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଇ.ଭି.ଏମ-ଭି.ଭି.ପାଟ ର ପ୍ରଥମ ରାଣ୍ଡମାଇଜେସନ୍ ଶେଷ ହୋଇଛି। ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ, ପର୍ଯ୍ୟାୟ-୧ରେ ନିର୍ବାଚନ ହେବାକୁ ଯାଉଥିବା ବିହାରର ସମସ୍ତ ୧୮ଟି ଜିଲ୍ଲାର ଜିଲ୍ଲା ନିର୍ବାଚନ ଅଧିକାରୀ ,ଇ.ଭି.ଏମ-ଭି.ଭି.ପାଟଗୁଡ଼ିକର ପ୍ରଥମ ରାଣ୍ଡମାଇଜେସନ୍ ସମାପ୍ତ କରିଛନ୍ତି ଯାହା୧୧ ଅକ୍ଟୋବର ରେ ପ୍ରଥମ ସ୍ତର ଯାଂଚ ପାସ୍ କରିଛି। ଜାତୀୟ ଏବଂ ରାଜ୍ୟ-ସ୍ତରୀୟ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିଙ୍କ ଉପସ୍ଥିତିରେ ଜିଲ୍ଲା ନିର୍ବାଚନ ଅଧିକାରୀ ମାନଙ୍କ ଦ୍ୱାରା ଇ.ଭି.ଏମପରିଚାଳନା ପ୍ରଣାଳୀ ମାଧ୍ୟମରେ ପ୍ରଥମ ରାଣ୍ଡମାଇଜେସନ୍ କରାଯାଇଥିଲା। ପ୍ରଥମ ରାଣ୍ଡମାଇଜେସନ୍ ପରେ, ୧୨୧ ବିଧାନସଭା ନିର୍ବାଚନମଣ୍ଡଳୀରେ ଥିବା ୪୫,୩୩୬ ମତଦାନ କେନ୍ଦ୍ରକୁ ମୋଟ ୫୪,୩୩୧ବାଲଟ୍ ୟୁନିଟ୍ , ୫୪,୩୧୧ନିୟନ୍ତ୍ରଣ ୟୁନିଟ୍ ଏବଂ ୫୮,୧୨୩ ଭି.ଭି.ପାଟରାଣ୍ଡମାଇଜେସନ୍ ଭାବରେ ଆବଂଟିତ କରାଯାଇଥିଲା।

ସମସ୍ତ ଜାତୀୟ ଏବଂ ରାଜ୍ୟ-ସ୍ତରୀୟ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ସେମାନଙ୍କର ଜିଲ୍ଲା ମୁଖ୍ୟାଳୟରେ ନିର୍ବାଚନମଣ୍ଡଳୀ ଅନୁଯାୟୀ ରାଣ୍ଡମାଇଜେସନ୍‌ଇ.ଭି.ଏମ ଏବଂ ଭି.ଭି.ପାଟତାଲିକା ଉପଲବ୍ଧ କରାଯାଇଥିଲା। ଜାତୀୟ ଏବଂ ରାଜ୍ୟ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଏହି ଇ.ଭି.ଏମ ଏବଂ ଭି.ଭି.ପାଟଗୁଡ଼ିକୁ ସମ୍ପୃକ୍ତ ବିଧାନସଭା ଷ୍ଟ୍ରଙ୍ଗ ରୁମରେ ସଂରକ୍ଷଣ କରାଯିବ। ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀଙ୍କ ତାଲିକା ଚୂଡ଼ାନ୍ତ ହେବା ପରେ, ପ୍ରଥମ ରାଣ୍ଡମାଇଜେସନ୍‌ଇ.ଭି.ଏମ ଏବଂ ଭି.ଭି.ପାଟତାଲିକା ସମସ୍ତ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀଙ୍କୁ ମଧ୍ୟ ଉପଲବ୍ଧ କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande