ଲାଲୁଙ୍କ ଆଇଆରସିଟିସି ଦୁର୍ନୀତି ର ପୁରୀ ଲିଙ୍କ୍ ନେଇ ବର୍ଷିଲା ବିଜେପି
ଭୁବନେଶ୍ୱର,୧୩ ଅକ୍ଟୋବର (ହି.ସ.) -ଆଇଆରସିଟିସି ଦୁର୍ନୀତି ମାମଲାରେ ଲାଲୁ ଯାଦବ ଓ ତାଙ୍କ ପରିବାରକୁ କୋର୍ଟ ଚାର୍ଜ ଫ୍ରେମ କରିବା ପ୍ରସଙ୍ଗରେ ଲାଲୁଙ୍କ ପୁରୀ ଲିଙ୍କ ନେଇ ବର୍ଷିଛି ବିଜେପି । ଦଳର ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି, ୨୦୦୪ରୁ ୨୦୦୯ ଯାଏଁ କେନ୍ଦ୍ର ରେଳ ମନ୍ତ୍ରୀ ଥିବା ବେଳେ ଲାଲୁ ପ
ଲାଲୁଙ୍କ ଆଇଆରସିଟିସି ଦୁର୍ନୀତି ର ପୁରୀ ଲିଙ୍କ୍ ନେଇ ବର୍ଷିଲା ବିଜେପି


ଭୁବନେଶ୍ୱର,୧୩ ଅକ୍ଟୋବର (ହି.ସ.) -ଆଇଆରସିଟିସି ଦୁର୍ନୀତି ମାମଲାରେ ଲାଲୁ ଯାଦବ ଓ ତାଙ୍କ ପରିବାରକୁ କୋର୍ଟ ଚାର୍ଜ ଫ୍ରେମ କରିବା ପ୍ରସଙ୍ଗରେ ଲାଲୁଙ୍କ ପୁରୀ ଲିଙ୍କ ନେଇ ବର୍ଷିଛି ବିଜେପି । ଦଳର ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି, ୨୦୦୪ରୁ ୨୦୦୯ ଯାଏଁ କେନ୍ଦ୍ର ରେଳ ମନ୍ତ୍ରୀ ଥିବା ବେଳେ ଲାଲୁ ପ୍ରସାଦ ଯାଦବ ପୁରୀର ବିଏନଆର ହୋଟେଲକୁ ବେଆଇନ ଟେଣ୍ଡର କରି ବିକ୍ରି କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ । ଝାଡ଼ଖଣ୍ଡ ରାଂଚିରେ ମଧ୍ୟ ଏଭଳି କରିଥିଲେ ଲାଲୁ । ଯାହାର ପ୍ରମାଣ ସିବିଆଇ ପାଇଥିଲା। ୨ଟି ହୋଟେଲ ବିକ୍ରି ବେନାମୀ ସମ୍ପତି ଓ ଟଙ୍କା ଲାଲୁ ଯାଦବଙ୍କ ପତ୍ନୀ ରାବିଡି ଦେବୀ ଏବଂ ତାଙ୍କ ପୁଅ ତେଜସ୍ୱୀ ଯାଦବଙ୍କ ଆକାଉଂଟକୁ ଆସିଥିଲା । ଆଉ ଏ ସବୁ ଘଟଣା ୟୁପିଏ ସରକାର ସମୟରେ ଘଟିଥିଲା ଏବଂ ଅଭିଯୋଗ ମଧ୍ୟ ଆସିଥିଲା । ହେଲେ ସେତେବେଳେ ସିବିଆଇ ତଦନ୍ତ ଆରମ୍ଭ କରି ବନ୍ଦ କରିଦେଇଥିଲା । ପରେ ପୁଣି ତଦନ୍ତ ହେଲା ଏବଂ ଆଜି କୋର୍ଟ ଚାର୍ଜ ଫ୍ରେମ୍ କରିଛନ୍ତି । କୋର୍ଟ କହିଛନ୍ତି, ଲାଲୁ ଯାଦବ ନିଜ ପଦବୀର ଅପବ୍ୟବହାର କରିଛନ୍ତି ଏବଂ ଷଡ଼ଯନ୍ତ୍ର କରିଛନ୍ତି। ତେଣୁ ଓଡ଼ିଶା ପାଇଁ ଆଜିର କୋର୍ଟଙ୍କ ରାୟ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଓଡ଼ିଶାର ଏକ ବଡ଼ ହୋଟେଲକୁ କଂଗ୍ରେସ ଏବଂ ଲାଲୁ ଯାଦବଙ୍କ ସରକାର ସମୟରେ ହଡ଼ପ କରିବାର ଷଡ଼ଯନ୍ତ୍ର ହୋଇଥିଲା । ଦୁଇ ଦିନ ତଳେ ଲାଲୁ ବ୍ୟାଡମିଂଟନ ଖେଳୁଥିଲେ, ମର୍ଣିଂ ୱାକ କରୁଥିଲେ। ହେଲେ ଆଜି କୋର୍ଟକୁ ଗଲା ବେଳେ ୱିଲ ଚେୟାରରେ ବସି ଯାଉଥିଲେ । ତେଣୁ କଂଗ୍ରେସ ଏବଂ ଆରଜେଡି କେମିତି ଦେଶକୁ ଲୁଟ କରୁଥିଲେ ତାର ମୁଖା ଧୀରେ ଧୀରେ ଖୋଲୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande