ଭଦ୍ରକ, ୧୩ ଅକ୍ଟୋବର (ହି.ସ.) - ସିଆଇଟିୟୁ ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କ କର୍ପୋରେଟ କମ୍ପାନୀ ସପକ୍ଷ ନୀତି ସଦୃଶ ରାଜ୍ୟ ସରକାରଙ୍କ ୧୯୪୮ମସିହାରେ ଥିବା ଫ୍ୟାକ୍ଟ୍ରି ଏକ୍ଟ ର ୫୨ଓ ୫୪ଧାରା କୁ ସଂଶୋଧନ କରିବା ଫଳରେ ରାଜ୍ୟବ୍ୟାପୀ ଶ୍ରମଜୀବୀ ମାନଙ୍କୁ ଆଠ ଘଂଟା ପରିବର୍ତେ ଦିନକୁ ଦଶ ଘଂଟା କାମ କରିବାକୁ ଓ ମହିଳା ଶ୍ରମିକ ଓ କର୍ମଚାରୀମାନଙ୍କୁ ରାତ୍ରି ସମୟ ରେ କାମ କରିବାକୁ ନିଷ୍ପତି କୁ ପ୍ରତିବାଦ କରି ଆଜି ଶ୍ରମିକ ନେତା ଦିବ୍ୟ ସିଂହ ନାୟକ, କାଳନ୍ଦୀ ପାତ୍ର, ନବକିଶୋର ବେହେରା, କ୍ଷେତ ମଜ୍ଦୂର ୟୁନିଅନ୍ ନେତା ପ୍ରଫୁଲ୍ଲ କୁମାର ପାଢ଼ୀ ଙ୍କ ନେତୃତ୍ୱରେ ଶତାଧିକ ଶ୍ରମିକ, କର୍ମଚାରି ମାନେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ଜିଲ୍ଲାପାଳ ଜନଶୁଣାଣୀ ଶିବିରକୁ ଯାଇଥିବାରୁ, ଅତିରିକ୍ତ ଜିଲ୍ଲାପାଳ ଙ୍କ ଜରିଆରେ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀ ଙ୍କ ନିକଟକୁ ପଠାଇଛନ୍ତି। ସରକାରଙ୍କ ଶ୍ରମଜୀବୀ ବିରୋଧି ନିଷ୍ପତି ର ପରିବର୍ତନ ନ କଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ଓ ୧୮୮୬ମସିହାରେ ବିଶ୍ୱ ଶ୍ରମିକ ଶ୍ରେଣୀ ଲଢେଇକରି ଆଠାଘଂଟା ଅଧିକାର ହାସଲ କରାଯିବ ବୋଲି ଶ୍ରୀ ନାୟକ ଗଣମାଧ୍ୟମକୁ କହିଛନ୍ତି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ