ଚୋରି ଦାନବାକ୍ସ ଜବତ, ମା ପୁଅ ଗିରଫ
ଖୋର୍ଦ୍ଧା, ୧୩ ଅକ୍ଟୋବର (ହି.ସ.) - ଗତ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ ନିରାକାରପୁରସ୍ଥିତ ସାଇ ମନ୍ଦିରରେ ଥିବା ଦୁଇଟି ହୁଣ୍ଡିବାକ୍ସକୁ ଚୋରି କରି ନେଇଥିବା ନେଇ ସାଇ ପରିବାର ପକ୍ଷରୁ ନିରାକାରପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତିକରି ନିରାକାରପୁର ଥାନା ପୋଲିସ ୨୬୮/୨୫
ଚୋରି


ଖୋର୍ଦ୍ଧା, ୧୩ ଅକ୍ଟୋବର (ହି.ସ.) - ଗତ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ ନିରାକାରପୁରସ୍ଥିତ ସାଇ ମନ୍ଦିରରେ ଥିବା ଦୁଇଟି ହୁଣ୍ଡିବାକ୍ସକୁ ଚୋରି କରି ନେଇଥିବା ନେଇ ସାଇ ପରିବାର ପକ୍ଷରୁ ନିରାକାରପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତିକରି ନିରାକାରପୁର ଥାନା ପୋଲିସ ୨୬୮/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ପରେ ସାଇଂଟିଫିକ ଟିମ ସନ୍ଧାନୀ କୁକୁର ସହଯୋଗରେ ପୋଲିସ ପକ୍ଷରୁ ଏହି ଚୋରିକୁ ଧରିବା ପାଇଁ ତନାଘନା କରିଥିଲା। ଅନୁରୂପଭାବେ ବଜାର ନିକଟରେ ଏହି ଚୋରି ହୋଇଥିବାରୁ ପୋଲିସ ପାଇଁ ଏକ ବଡ ଚାଲେଞ୍ଜ ସୃଷ୍ଟି କରିଥିଲା। ହେଲେ ଚୋରି ହେବାର ୨୪ ଘଂଟା ନ ପୂରୁଣୁ ପୋଲିସ ଉକ୍ତ ଘଟଣାରେ ସମ୍ପୃକ୍ତ ମା’ଓ ପୁଅକୁ ଗିରଫ କରିବା ସହ ସେମାନଙ୍କ ଭଡା ଘରୁ ହୁଣ୍ଡି ବକ୍ସ ଓ ଟଙ୍କା ଜବତ କରିଛି। ଗିରଫ ମା’ ପୁଅ ହେଲେ ଭୂଷଣ୍ଡପୁର ଫାଣ୍ଡି ଅନ୍ତର୍ଗତ ଭୂଷଣ୍ଡପୁର ଉରୁମୁଖୀ ସାହିର ଜୟନ୍ତୀ ସିଂହ ଓ ତାଙ୍କ ପୁଅ ସୁଜିତ ସିଂହ । ଉଭୟ ମା-ପୁଅ କିଛିଦିନ ନିଜ ଗାଁ ଛାଡି ନିରାକାରପୁର ପଂଚାୟତସ୍ଥିତ ନରେନ୍ଦ୍ରପୁର ସାହି ନିକଟରେ ଥିବା କେନାଲ ବନ୍ଧରେ ଭଡା ଘରେ ରହୁଥିଲେ। ଉଭୟଙ୍କୁ ପୋଲିସ ଭଡା ଘରୁ ଗିରଫ କରିବା ସହ ଘରୁ ଚୋରି ସାମଗ୍ରୀକୁ ଜବତ କରି । ଉଭୟ ମା ’ ପୁଅଙ୍କୁ କୋର୍ଟ ଚାଲାଣ କରିଥିବା ନିରାକାରପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande