ପରଲୋକରେ କଂଗ୍ରେସର ପୂର୍ବତନ ଜିଲ୍ଲା ସଭାପତି କୈଳାଶ,
କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳି
ବାରିପଦା, 13 ଅକ୍ଟୋବର (ହି.ସ.)-ମୟୂରଭଞ୍ଜ ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ତଥା ବରିଷ୍ଠ ନେତା କୈଳାଶ ଅଗ୍ରୱାଲଙ୍କ ଦେହାନ୍ତରେ କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜଣାଯାଇଛି। ବେତନଟୀ ସ୍ଥିତ ବାସଭବନରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧା ସୁମନ ଜଣାଇଥିଲେ। ମୟୂରଭଞ୍ଜ (ପୂର୍ବ) କଂଗ୍ରେସ ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ଵାଳ ଓ ଅନ୍ୟ କର୍ମକର୍ତ୍ତା ବାସଭବନରେ ତାଙ୍କୁ ଅନ୍ତିମ ଦର୍ଶନ କରିବା ସହ ତାଙ୍କ ପରିବାର ବର୍ଗଙ୍କୁ ସାନ୍ତନା ଦେଇଛନ୍ତି। ବରିଷ୍ଠ ନେତା ଦୀନକୃଷ୍ଣ ଦାସ, ଜ୍ୟୋତିପ୍ରକାଶ ରଥ, ମୁନା ଗିରି, ସତ୍ୟକାମ ରଣା, ମିନକେତନ ବେହେରା, ନାରାୟଣ ପଟ୍ଟନାୟକ, ନଳିନୀ ପଟ୍ଟନାୟକ ଶେଷ ଦର୍ଶନ କରିଛନ୍ତି। ଶ୍ରୀ ଅଗ୍ରୱାଲଙ୍କ ମୃତ୍ୟ ଜିଲ୍ଲା ପାଇଁ ଏକ ଅପୂରଣୀୟ କ୍ଷତି ଘଟାଇବା ବୋଲି ସଭାପତି ଶ୍ରୀ ବିଶ୍ଵାଳ ମତବ୍ୟକ୍ତ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ