ପେସା ମୋବିଲାଇଜର୍ ଙ୍କୁ ଉଚିତ୍ ମୂଲ୍ୟ ଦେବା ନିମନ୍ତେ ଦାବି
ମାଲକାନଗିର, ୧୩ ଅକ୍ଟୋବର(ହି.ସ.) – ଆଜି ପୁଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ ପେସା ଗ୍ରାମ ସଭା ମୋବିଲାଇଜର ସଦସ୍ୟ ନିଜ ନିଜ ସମସ୍ୟା ନେଇ! ୧୬ ଜୁନ୍ ୨୦୨୫ ରେ ସେମାନଙ୍କ ଦରମାବୃଦ୍ଧି, ସରକାରୀ ମାନ୍ୟତା କାର୍ଯ୍ୟସୂଚି, ପେନ୍‌ସନ୍‌, ଇପିଏଫ୍ ପ୍ରଭୁତି ୧୦ ଦଫା ଦାବି ସହ ଜିଲ୍ଲାପାଳଙ୍କୁ ଏକ
ପେସା ମୋବିଲାଇଜର୍ ଙ୍କୁ ଉଚିତ୍ ମୂଲ୍ୟ ଦେବା ନିମନ୍ତେ ଦାବି


ମାଲକାନଗିର, ୧୩ ଅକ୍ଟୋବର(ହି.ସ.) – ଆଜି ପୁଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ ପେସା ଗ୍ରାମ ସଭା ମୋବିଲାଇଜର ସଦସ୍ୟ ନିଜ ନିଜ ସମସ୍ୟା ନେଇ! ୧୬ ଜୁନ୍ ୨୦୨୫ ରେ ସେମାନଙ୍କ ଦରମାବୃଦ୍ଧି, ସରକାରୀ ମାନ୍ୟତା କାର୍ଯ୍ୟସୂଚି, ପେନ୍‌ସନ୍‌, ଇପିଏଫ୍ ପ୍ରଭୁତି ୧୦ ଦଫା ଦାବି ସହ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ଦେଇଥିଲେ ତାହାର ପ୍ରଗତି ବୁଝିବାସହ ସରକାର କଣ ସମସ୍ତ ପଦକ୍ଷେପ ନେଇଛନ୍ତି ଜାଣିବା ପାଇଁ ଆଜି ସେମାନେ ଆସିଥିଲେ! ସେମାନେ ଗ୍ରାମସଭାରେ ମହିଳା ଭାଗିଦାରିତା, ପେନ୍‌ସନ୍‌, ରାସନ କାର୍ଡ୍‌ରେ ନାମ ଉଲ୍ଲେଖ କରିବା, ସରକାରଙ୍କ ପଂଚାୟତ ସ୍ତରୀୟ ସମସ୍ତ ସର୍ଭେ ରେ ସହଯୋଗ କରିଥାନ୍ତି। ଦୁଃଖ ଓ ପରିତାପର ବି ଷୟ ମାସିକ ୧୬୩୨ ବା ଦିନକୁ ୫୪ ଟଙ୍କା ୪୦ ପଇସାରେ କାର୍ଯ୍ୟ କରିବା କେତେଯେ କଷ୍ଟକର ତାହା ସମସ୍ତ ଙ୍କୁ ଭଲଭାବେ ଜଣା!

ଏଣୁ ଏହି ପେସା ଗ୍ରାମ ସଭା ମୋବିଲାଇଜରଙ୍କୁ କାମର ଉଚିତ ମୁଲ୍ୟ ପ୍ରଦାନ କରିବା ପାଇଁ ପୁଣିଥରେ ଆଜି ସମସ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କୁ ମିଶି ସମସ୍ତ ବିଷୟ ବୁଝିବା ସହ ପୁଣିଥରେ ମନେ ପକାଇଦେଇଛନ୍ତିଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ତୁରନ୍ତ ଏବିଷୟରେ ସବିଷେଶ ତଥ୍ୟ ସଂଗ୍ରହପାଇଁ ଲିଖିତ ଆଦେଶ ପ୍ରଦାନ କରିଛନ୍ତି!

ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande