ବାଲିମେଳାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି୨୬ ଟି ଅଭିଯୋଗ ଶୁଣିଲେ ଜିଲ୍ଲା ପ୍ରଶାସନ ଶିବିର
ମାଲକାନଗିରି, ୧୩ ଅକ୍ଟୋବର (ହି.ସ.)ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ନଗର ଭବନ ପରିସରରେ ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଓ ଜ
ବାଲିମେଳାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି୨୬ ଟି ଅଭିଯୋଗ ଶୁଣିଲେ ଜିଲ୍ଲା ପ୍ରଶାସନ ଶିବିର


ମାଲକାନଗିରି, ୧୩ ଅକ୍ଟୋବର (ହି.ସ.)ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ନଗର ଭବନ ପରିସରରେ ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ, ମାଲକାନଗିରି ଜିଲ୍ଲା ପରିଷଦ ସିଡିଓ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ପିଏଆଇଟିଡିଏ ହଳଧର ଶବର, ବାଲିମେଳା ଏନଏସିର ଅଧ୍ୟକ୍ଷ ପ୍ରଦୀପ କୁମାର ନୟକ,ବାଲିମେଳା ଏନଏସିର ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ଦୋରା,କୋରୁକୋଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମୁଲ୍ୟ କୁମାର ସାହୁ, ଚିତ୍ରକୋଣ୍ଡା ତହସିଲଦାର ନଟବର ଗରଡ଼ା ପ୍ରମୁଖ ଉପସ୍ଥିତ ରହି ଜନ ସାଧାରଣଙ୍କ ଅଭିଯୋଗ ଗୁଡିକୁ ଶୁଣିଥିଲେ।ଏହି ଶିବିରରେ ମୋଟ ୨୬ ଟି ଅଭିଯୋଗର ଶୁଣାଣି ହୋଇଥିଲା।ସେଥିରେ ଚାକିରୀ ପାଇଁ ୬ଟି,ଭତ୍ତା ପାଇଁ ୪ ଟି, ଜମି ପଟ୍ଟା ପାଇଁ ଗୋଟିଏ, ରାସ୍ତା ଓ କଲଭର୍ଟ ନିର୍ମାଣ ନିମନ୍ତେ ୪ଟି,ଗୋଟିଏ ବିଦ୍ୟୁତ ସଂଯୋଗୀକରଣ ସମ୍ୱନ୍ଧେ ,

ଜଙ୍ଗଲ ଜମି ପଟ୍ଟା ପାଇଁ ଗୋଟିଏ,୩ ଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବାଲିମେଳା ମେଡିକାଲ ସମସ୍ୟା ସମ୍ୱନ୍ଧୀୟ ୩ଟି ଏବଂ ଅନ୍ୟାନ୍ୟ ୩ ଟି ଏପରି ମୋଟ ୨୬ ଟି ଅଭିଯୋଗର ଶୁଣାଣି ହୋଇଥିଲା।ଅଭିଯୋଗ ଶୁଣାଣି ପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଓ ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ଙ୍କ ସମେତ ଅନ୍ୟ ଅଧିକାରୀମାନେ ବାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି

ମଧ୍ୟାହ୍ନ ଭୋଜନର ମାନ ପରଖିଛନ୍ତି।ଏହା ସହ ବିଦ୍ୟାଳୟରେ ପାଠ ପଢା କିପରି ଚାଲିଛି ପିଲାମାନଙ୍କୁ ପଚାରିବା ସହ ଭିତ୍ତି ଭୂମି ବୁଲି ଦେଖିଥିଲେ।ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଡିଓ ଓ ତହସିଲଦାର ମାନେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande